www.samajalive.in
Sunday, December 14, 2025
17.1 C
Bhubaneswar

ସ୍ତ୍ରୀ ନିର୍ଯାତନା ସହି ନ ପାରି ଇଚ୍ଛାମୃତ୍ୟୁ ମାଗିଲେ ସ୍ଵାମୀ

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ମୁଜଫ୍ଫରନଗରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀର ନିର୍ଯାତନା ସହି ନ ପାରି ଜଣେ ଯୁବକ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି। ଗାନ୍ଧୀନଗର କଲୋନୀରେ ରହୁଥିବା ସୁମିତ ସୈନି ନାମକ ଯୁବକ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏପରି ଆବେଦନ କରିଛନ୍ତି।

ସୁମିତ ଏକ ବ୍ୟାନର ବି ସାଙ୍ଗ​‌ରେ ନେଇ ଯାଇଥିଲେ। ସେଥିରେ ଲେଖାଯାଇଛି ଯେ, ଜଣେ ଗରିବର ଗୁହାରି, ଇଚ୍ଛାମୃତ୍ୟୁ ପାଇଁ ଆବେଦନ। ସୁମିତ କହିଛନ୍ତି ଯେ, ବର୍ଷକ ତଳେ ଅର୍ଥାତ ଗତବର୍ଷ ଜୁଲାଇ ୧ରେ କୁକଡ଼ା ଗାଁର ପିଙ୍କି ନାମ୍ନୀ  ଯୁବତୀଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ବିବାହ ପରଦିନ ସ୍ତ୍ରୀ କହିଥିଲେ ଯେ ତାଙ୍କ ଇଚ୍ଛା ବିରୋଧରେ ବିବାହ ହୋଇଛି ଏବଂ ସେ ଅନ୍ୟ ଜଣେ ଯୁବକକୁ ଭଲ ପାଉଛନ୍ତି। ସେବେଠାରୁ ତାଙ୍କ ସ୍ତ୍ରୀ ତାଙ୍କ ସହିତ ନିୟମିତ କଳିଝଗଡ଼ା କରିଆସୁଛନ୍ତି। କେବଳ ଏତିକି ନୁହେଁ, ତାଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ବି ମାରୁଛନ୍ତି।

- Advertisement -

ବିଗତ ୬ ମାସ ହେବ ସ୍ତ୍ରୀ ବାପ ଘରେ ରହୁଛନ୍ତି। ସେଠାରେ ରହି ଫୋନରେ ଧମକ ଦେବା ସହିତ ଗୁଣ୍ଡା ପଠାଇ ତାଙ୍କ ମାଡ଼ ମାରୁଛନ୍ତି। ସୁମିତ ଆହୁରି କହିଛନ୍ତି, ବିବାହ ପୂର୍ବରୁ ତାଙ୍କ ବୟସ ଗୁପ୍ତ ରଖାଯାଇଥିଲା। ତାଙ୍କୁ ୨୭ ବର୍ଷ ହୋଇଥିବାବେଳେ ସ୍ତ୍ରୀଙ୍କ ବୟସ ୩୫ ବର୍ଷ। ସେ କୋର୍ଟକୁ ଯାଇ ନିଜ ସ୍ତ୍ରୀଙ୍କୁ ଫେରାଇ ଆଣିବାକୁ ସେକ୍ସନ ୯ ଅନୁସାରେ ମାମଲା ରୁଜୁ କରିଥିଲେ। କିନ୍ତୁ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ପରିବାର ଲୋକେ ମିଥ୍ୟା ମାମଲା କରି ମାନସିକ ନିର୍ଯାତନା ଦେଉଛନ୍ତି। ଏସବୁ ଭିତରେ ତାଙ୍କର ବଞ୍ଚିବାର ଇଚ୍ଛା ଶେଷ ହୋଇଯାଇଥିବା ଦର୍ଶାଇ ସୁମିତ ଜିଲାପାଳଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories