ନୂଆଦିଲ୍ଲୀ : ଟ୍ରାଏମ୍ଫ ନିଜ ଲୋକପ୍ରିୟ ବାଇକ୍ ଟ୍ରାଇଡେଣ୍ଟ ୬୬୦ର ଅପଡେଟେଡ୍ ଭର୍ସନକୁ ଭାରତରେ ଲଞ୍ଚ୍ କରିଦେଇଛି । ବଜାରରେ ଏହାର ଏକ୍ସ ଶୋରୁମ୍ ଦାମ୍ ୮.୪୯ ଲକ୍ଷ ଟଙ୍କାଠୁ ଆରମ୍ଭ କରି ୮.୬୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯିବ । ବାଇକରେ ୬୬୦ ସିସିର ଲିକ୍ବିଡ୍ କୁଲ୍ଡ ୩ ସିଲିଣ୍ଡର ଇଞ୍ଜିନ୍ ଦିଆଯାଇଛି । ବାଇକର ଇଞ୍ଜିନ୍ ୮୧ ବିଏଚପିର ସର୍ବାଧିକ ପାଓ୍ବର ଓ ୬୪ ଏନଏମର ପିକ୍ ଟର୍କ ଉତ୍ପନ କରିବାରେ ସକ୍ଷମ ହେବ । ବାଇକର ଇଞ୍ଜିନକୁ ୬ ସ୍ପିଡ୍ ଗିୟରବକ୍ସ ସହିତ ଯୋଡାଯାଇଛି ।
ମୋଟର ସାଇକେଲର ଓଜନ ୧୯୦ କିଲୋଗ୍ରାମ । ସିଟର ଉଚ୍ଚତା ୮୦୫ ମିମି । କହିରଖୁଛୁ ବାଇକ ୩ଟି ନୂଆ ରଙ୍ଗର ବିକଳ୍ପ ସହିତ ଆସିବ । ଗ୍ରାହକ ଏହାକୁ ହଳଦିଆ, ନୀଳ ଏବଂ ଲାଲ୍ ରଙ୍ଗରେ କିଣିପାରିବେ । କହିରଖୁଛୁ ବାଇକର ବେସ୍ ବ୍ଲାକ୍ ଭାରିଆଣ୍ଟର ଦାମ୍ ୮.୪୯ ଲକ୍ଷ ଟଙ୍କା ରହିଛି । ତେବେ ଡୁଆଲ ଟୋନ୍ ଶେଡ୍ସ ଗ୍ରାହକଙ୍କୁ ୮.୬୪ ଲକ୍ଷ ଟଙ୍କାରେ ମିଳିବ । ଟ୍ରାଏମ୍ଫ ଟ୍ରାଇଡେଣ୍ଟ ୬୬୦ର ମୁକାବିଲା କାଓ୍ବାସାକି ଜେଡ୍୬୫୦ଆରଏସ୍ ଓ ହୋଣ୍ଡା ସିବି୬୫୦ଆର ଇ-କ୍ଲଚ୍ ଭଳି ବାଇକ୍ ସହିତ ହେବ ।



