www.samajalive.in
Sunday, December 14, 2025
17.1 C
Bhubaneswar

ସିଂହଦ୍ଵାର ସମ୍ମୁଖରେ ତିନି ରଥ

ସମାଜ ଡିଜିଟାଲ ଡେସ୍କ: ମାଉସୀ ଘରେ ୯ ଦିନ ରହିବା ପରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରି ସିଂହଦ୍ଵାର ସମ୍ମୁଖରେ ପହଞ୍ଚିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି।

ଶନିବାର ତିନି ଠାକୁରଙ୍କୁ ପହଣ୍ଡି କରି ରଥାରୂଢ଼ କରାଯିବା ପରେ ରଥରେ ଛେରାପହଁରା କରାଯାଇଥିଲା। ଏହା ପରେ ଅନ୍ୟାନ୍ୟ ନୀତି ସମାପନ କରାଯାଇଥିଲା। ସମସ୍ତ ନୀତି ଶେଷ ହେବା ପରେ ରଥଟଣା ଆରମ୍ଭ ହୋଇଥିଲା। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ଚତୁର୍ଦ୍ଧାମୂର୍ତ୍ତି ଆଗପଛ ହୋଇ ବାହୁଡ଼ା ଯାତ୍ରାରେ ବାହାରିଥିଲେ।

- Advertisement -

ଆଗରେ ବଡ଼ଭାଇ ଶ୍ରୀବଳଭଦ୍ର ତାଳଧ୍ବଜ ରଥରେ ବସି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆସିଥିଲେ। ତାଳଧ୍ବଜ ରଥ ପ୍ରଥମେ ସିଂହଦ୍ଵାର ଆଗରେ ପହଞ୍ଚିଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପହଞ୍ଚିଥିଲା। ରାତି ପ୍ରାୟ ସାଢ଼େ ୯ଟା ସୁଦ୍ଧା ତିନି ରଥ ସିଂହଦ୍ଵାର ସମ୍ମୁଖରେ ପହଞ୍ଚି ସାରିଥିଲା। ଏହା ପରେ ଶ୍ରଦ୍ଧାଳୁମାନେ ରଥରେ ଦିଅଁଙ୍କୁ ଦର୍ଶନ କରିଥିଲେ।

ରବିବାର ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଅନୁଷ୍ଠିତ ହେବ। ଏହା ପରେ ସୋମବାର ଅଧରାପଣା ନୀତି ଏବଂ ମଙ୍ଗଳବାର ନୀଳାଦ୍ରିବିଜେ ଅନୁଷ୍ଠିତ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories