www.samajalive.in
Wednesday, December 10, 2025
16.1 C
Bhubaneswar

ଇଂଲଣ୍ଡକୁ ୬୦୮ ରନର ବିଜୟଲକ୍ଷ୍ୟ

ସମାଜ ଡିଜିଟାଲ ଡେସ୍କ: ବର୍ମିଂହାମ ଟେଷ୍ଟରେ ଟିମ ଇଣ୍ଡିଆ ଘରୋଇ ଇଂଲଣ୍ଡ ଦଳକୁ ୬୦୮ ରନର ବିଜୟ ଲକ୍ଷ୍ୟ ଦେଇଛି। ୨ୟ ଇନିଂସରେ ଭାରତ ୬ ଉଇକେଟ ବିନିମୟରେ ୪୨୭ ରନ କରି ପାଳି ଘୋଷଣା କରିଛି। ଫଳରେ ପ୍ରଥମ ପାଳିରେ ୧୮୦ ରନରେ ଆଗୁଆ ଥିବା ଟିମ ଇଣ୍ଡିଆ ମୋଟ ୬୦୭ ରନରେ ଆଗୁଆ ରହିଥିଲା। ଅଧିନାୟକ ଶୁବମନ ଗିଲ୍‌ଙ୍କ ଲଢ଼ୁଆ ୧୬୧ ରନ ଗୁରୁତ୍ଵପୂର୍ଣ୍ଣ ପାଳି ଭାରତକୁ ମଜଭୁତ ସ୍ଥିତିରେ ରଖିବାରେ ସହାୟକ ହୋଇଥିଲା। ଏତେ ବଡ଼ ଟାର୍ଗେଟ ହାସଲ କରିବା ଘରୋଇ ଦଳ ପାଇଁ କଷ୍ଟକର ହେବ ନିଶ୍ଚୟ। ଆସନ୍ତା କାଲି ଅନ୍ତିମ ଦିବସ ଥିବାରୁ ଟିମ ଇଣ୍ଡିଆକୁ ଏହି ମ୍ୟାଚରେ ବିଜୟଲାଭ ପାଇଁ ଇଂଲଣ୍ଡକୁ ସମୟ ପୂର୍ବରୁ ଅଲଆଉଟ କରିବାକୁ ପଡ଼ିବ।

୨ୟ ପାଳିରେ ଭାରତ ପକ୍ଷରୁ ଗିଲ୍ ସର୍ବାଧିକ ୧୬୧ ରନ କରିଥିବାବେଳେ ରବୀନ୍ଦ୍ର ଜାଡେଜା ୬୯ ଏବଂ ରୁଷଭ ପନ୍ତ ୬୫ ରନର ଯୋଗଦାନ କରିଥିଲେ। ଯାହାଫଳରେ ଭାରତ ବଡ଼ ସ୍କୋର କରିପାରିଥିଲା। ଅନ୍ୟପଟେ ୬୦୮ ରନର ଟାର୍ଗେଟକୁ ପିଛା କରି ୨ୟ ଇନିଂସ ଆରମ୍ଭ କରିଥିବା ଘରୋଇ ଦଳ ୧୧ ରନରେ ଏହାର ପ୍ରଥମ ଉଇକେଟ ହରାଇଛି। ଇଂଲଣ୍ଡର ଓପନର ବ୍ୟାଟ୍ସମ୍ୟାନ ଜ୍ୟାକ କ୍ରଲିଙ୍କ ଉଇକେଟ ନେଇ ମହମ୍ମଦ ସିରାଜ ଭାରତକୁ ଏହି ସଫଳତା ଦେଇଛନ୍ତି।

Hot this week

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

Related Articles

Popular Categories