ପୁରୀ : ଆଜି ପବିତ୍ର ବାହୁଡା ଯାତ୍ରା । ଜନ୍ମବେଦୀରୁ ରତ୍ନବେଦୀକୁ ଯିବେ ବଡ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ କାଳିଆ ସାଆନ୍ତ । ପହଣ୍ଡି ବିଜେ ପରେ ରଥାରୂଢ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପହଣ୍ଡିରେ ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନ, ଧାଡି ପହଣ୍ଡିରେ ବଡ ଠାକୁର ବଳଭଦ୍ର ଓ ପରେ ମହାପ୍ରଭୁ କାଳିଆ ସାଆନ୍ତ ନନ୍ଦିଘୋଷ ରଥକୁ ବିଜେ କରିଥିଲେ । ସମସ୍ତ ନୀତି ନିର୍ଘଣ୍ଟ ଅନୁସାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥରେ ଛେରା ପହଁରା ନୀତି କରିଛନ୍ତି । ଛେରା ପହଁରା ନୀତି ପରେ ଚାରମାଳ ଫିଟା ହୋଇ ଘୋଡା ଯୋଚା ନୀତି ପରେ ରଥଟଣା ଆରମ୍ଭ ହେବ । ବଡଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏକାଠି ହୋଇଥିବା ବେଳେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଓପୋ ଲଞ୍ଚ କଲା ଜବରଦସ୍ତ ଫିଚର୍ର ଏହି ୫ଜି ଫୋନ୍: ଲୁକ୍ ଆଇଫୋନ୍ ୧୬ ପ୍ରୋ ଭଳି, ଦାମ୍ ଏତିକି..



