ନୂଆଦିଲ୍ଲୀ : ଦେଶର କେତେକ ସ୍ଥାନରେ ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି ଜାରି ରହିଛି । କିଛି ରାଜ୍ୟରେ ହଠାତ୍ ବନ୍ୟା ସ୍ଥିତି ବିଗିଡିବାରୁ ନଦୀରେ ଜଳର ପ୍ରଖର ସ୍ରୋତ ରହିଛି । ଏଭଳି କି ବାଦଲ ଫାଟିବାର ଖବର ମଧ୍ୟ ସାମ୍ନାକୁ ଆସିଛି । ପ୍ରବଳ ବର୍ଷା, ବନ୍ୟା ମଧ୍ୟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ଦେଖିଲେ ଆଖିରେ ଲୁହ ଆସିବା ସହ ଭାବବିହ୍ୱଳ ମଧ୍ୟ କରୁଛି । ଭିଡିଓଟି ଜଣେ ବ୍ୟକ୍ତିଙ୍କର ଯେ କି ସାହସ ଦେଖାଇ ଉଛୁଳା ନଦୀରୁ ନିଜ ଛୁଆଙ୍କ ଜୀବନ ରକ୍ଷା କରିବା ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଇଛନ୍ତି । ଭିଡିଓଟି ଏବେ ଦ୍ରୁତ ଗତିରେ ଭାଇରାଲ୍ ହେବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରୁଛି।
बाप के आगे लहर क्या बड़े बड़े तूफान फीके पड़ जाते है।🔥🔥🔥🔥 pic.twitter.com/402KQzMoKw
— Mr Sandeep (@Sandeep000004) July 2, 2025
ଭିଡିଓରେ ଦେଖିପାରିବେ, ନଦୀରେ ହଠାତ୍ ପ୍ରଖର ଜଳ ମାଡି ଆସିଛି । ସେହି ନଦୀରେ ୨ ଶିଶୁ ଫସି ରହିଛନ୍ତି। ଶିଶୁ ୨ ଜଣ ନିଜକୁ ସମ୍ଭାଳି ପାରୁ ନାହାଁନ୍ତି । ଯେପରି ମନେ ହେଉଛି ସେମାନେ ଭାସି ଯିବେ । ମାତ୍ର ସେହି ସମୟରେ ଶିଶୁଙ୍କ ବାପା ନିଜ ଜୀବନକୁ ବିପଦରେ ପକାଇ ସାହସର ସହ ବନ୍ୟାଜଳ ଭର୍ତ୍ତି ନଦୀକୁ ଯାଉଛନ୍ତି । ନିଜ ଛୁଆଙ୍କୁ ଜାବୁଡି ଧରିଛନ୍ତି । ନଦୀରେ ଜଳର ପ୍ରଖର ସ୍ରୋତ କାରଣରୁ ଖୁବ୍ କଷ୍ଟରେ ନଦୀ କୂଳକୁ ଆସିବାକୁ ସକ୍ଷମ ହେଉଛନ୍ତି। କୂଳର ନିକଟରେ ପହଞ୍ଚିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ଅନ୍ୟଲୋକେ ତାଙ୍କୁ ସାହାଯ୍ୟ କରୁଛନ୍ତି ।
ଭିଡିଓକୁ ଦେଖିବା ପରେ ଲୋକେ ଭାବୁକ ହେବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ବ୍ୟକ୍ତିଙ୍କ ପ୍ରଶଂସା କରିଛନ୍ତି । କହିଛନ୍ତି ଛୁଆଙ୍କ ଜୀବନ ରକ୍ଷା କରିବାକୁ ବାପା ସାମ୍ନାରେ ଥିବା ସମସ୍ତ ଝଡ ତୋଫାନ୍ ସହ ଲଢେଇ କରି ପାରେ ।



