www.samajalive.in
Friday, December 5, 2025
27.1 C
Bhubaneswar

ଶେଷନାଗରେ ଅମରନାଥ ଶ୍ରଦ୍ଧାଳୁ ମୃତ

ଶ୍ରୀନଗର : ଗୁରୁବାରଠାରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଥିବାବେଳେ ଜଣେ ଶ୍ରଦ୍ଧାଳୁ ପ୍ରାଣ ହରାଇଥିବା ଜଣାପଡିଛି। ଉତ୍ତର ପ୍ରଦେଶ ବାସିନ୍ଦା ଦିଲୀପ ଶ୍ରୀବାସ୍ତବ ନାମକ ଏହି ଶ୍ରଦ୍ଧାଳୁ ଶେଷନାଗ ଶିବିରରେ ପହଞ୍ଚିବାପରେ ଅଚେତ ହୋଇପଡିଥିଲେ। ତୁରନ୍ତ ଶେଷନାଗସ୍ଥିତ ଅସ୍ଥାୟୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚଳିତ ଅମରନାଥ ଯାତ୍ରାରେ ଏହା ପ୍ରଥମ ଅଘଟଣ। ଶ୍ରଦ୍ଧାଳୁମାନେ ସାଧାରଣତଃ ଦୁଇଟି ମାର୍ଗ ଯଥା ପହଲଗାଓଁ ଓ ବାଲ୍‌ତାଲ ଦେଇ ଅମରନାଥ ଗୁମ୍ଫାକୁ ଯାତ୍ରା କରିଥାନ୍ତି। ଏଥିପାଇଁ ସେମାନଙ୍କୁ ଯଥାକ୍ରମେ ୪୬ ଓ ୧୪ କିମି ପଥ ଅତିକ୍ରମ କରିବାକୁ ପଡିଥାଏ। ପହଲଗାଓଁ ମାର୍ଗ ଦେଇ ଯାଉଥିବା ଶ୍ରଦ୍ଧାଳୁମାନେ ଚନ୍ଦନବାଡି, ପିଶୁ ଟପ୍‌, ଶେଷନାଗ ଏବଂ ପଞ୍ଚତରଣୀ ଦେଇ ଗୁମ୍ଫାରେ ପହଞ୍ଚିଥାନ୍ତି। ବାଲ୍‌ତାଲ୍‌ ରୁଟ୍‌ ଅତ୍ୟଧିକ ଦୁର୍ଗମ ହୋଇଥିବାରୁ ଅଧିକାଂଶ ଶ୍ରଦ୍ଧାଳୁ ପହଲଗାଓଁ ରୁଟ୍‌କୁ ପସନ୍ଦ କରିଥାନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories