ଧାମରା : ଚାନ୍ଦବାଲି ବ୍ଲକ ପଞ୍ଚୁଟିକ୍ରୀ ପଞ୍ଚାୟତ ଖମାରସାହି ଗାଁରେ ଅଭାବନୀୟ ଘଟଣା ଘଟିଛି। ସାପ କାମୁଡାରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତକ ଖମାର ସାହିର ବ୍ରହ୍ମାନନ୍ଦ ବାରିକ ବୋଲି ଜଣାପଡିଛି। ବ୍ରହ୍ମାନନ୍ଦ ବିଲରେ ତଳି ପକାଇବାକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଥିଲା । ଖବର ପାଇବା ପରେ ଗ୍ରାମବାସୀମାନେ ବିଲରୁ ବ୍ରହ୍ମାନନ୍ଦ କୁ ପ୍ରଥମେ ବଇଁଚା ମେଡିକାଲ ଏବଂ ପରେ ଅବସ୍ଥା ସଂଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଭଦ୍ରକରେ ଚିକିତ୍ସା ପରେ ସେଠାରୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେପଟେ ମୃତକଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ତାଙ୍କ ଅଞ୍ଚଳବାସୀ ଦାବି କରିଛନ୍ତି ।
Popular Categories



