www.samajalive.in
Friday, December 5, 2025
27.1 C
Bhubaneswar

ଆମେରିକାରେ ବନ୍ୟା; ୨୪ ମୃତ

ନୂଆଦିଲ୍ଲୀ : ଆମେରିକାର ଦକ୍ଷିଣ ମଧ୍ୟ କ୍ଷେତ୍ରରେ ସ୍ଥିତ ଟେକ୍ସାସ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ସୃଷ୍ଟି ହୋଇଥିବା ବନ୍ୟା ପାଇଁ ହାହାକାର ସ୍ଥିତି ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏଥିରେ ପ୍ରାୟ ୨୪ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକେ ନିଖୋଜ ଅଛନ୍ତି । ଲୋକଙ୍କୁ ଜଳବନ୍ଦୀ ଅଞ୍ଚଳରୁ ରକ୍ଷା କରିବାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଡଙ୍ଗା ଠାରୁ ଆରମ୍ଭ କରି ହେଲିକପ୍ଟର ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯାଉଛି ।

ଦୀର୍ଘ ବର୍ଷ ପରେ ଏବର୍ଷର ଏକାଦଶୀରେ ଗ୍ରହଙ୍କ ଦୁର୍ଲ୍ଲଭ ସଂଯୋଗ; ସୁନା ଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍‌, ବଢିବ ଦରମା..

- Advertisement -

ଗୁରୁବାର ବିଳମ୍ବିତ ରାତିରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ପରେ ନଦୀରେ ପ୍ରଖର ଜଳ ପ୍ରବାହିତ ହେବା ଦ୍ୱାରା ନିକଟବର୍ତ୍ତୀ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିଲା । ଅନେକ ଜଳବନ୍ଦୀ ଅଞ୍ଚଳରୁ ପ୍ରାୟ ୨୩୭ ଲୋକଙ୍କ ଜୀବନ ରକ୍ଷା କରାଯାଇଛି । ଉଦ୍ଧାରକାର୍ଯ୍ୟ ଏବେ ମଧ୍ୟ ଜାରି ରହିଥିବା ବେଳେ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଓପୋ ଲଞ୍ଚ କଲା ଜବରଦସ୍ତ ଫିଚର୍‌ର ଏହି ୫ଜି ଫୋନ୍‌: ଲୁକ୍‌ ଆଇଫୋନ୍‌ ୧୬ ପ୍ରୋ ଭଳି, ଦାମ୍‌ ଏତିକି..

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟେକ୍ସାସରେ ଆସିଥିବା ବନ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହା ଭୟଙ୍କର ବୋଲି ସେ କହିଛନ୍ତି । ସେଠାକାର ରାଜ୍ୟପାଳଙ୍କ ସହ ପରିସ୍ଥିତି ନେଇ ଆଲୋଚନା ମଧ୍ୟ କରିଛନ୍ତି ।

ଦେଖନ୍ତୁ ଭାବବିହ୍ୱଳ କରିବ ଏହି ଦୃଶ୍ୟ; ଉଛୁଳା ବନ୍ୟା ଜଳ ଭର୍ତ୍ତି ନଦୀରେ ଛୁଆଙ୍କ ଜୀବନ ବଞ୍ଚାଇବାକୁ ଡେଇଁଲେ ବାପା, ତା’ପରେ ଯାହା ହେଲା..

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories