www.samajalive.in
Saturday, December 6, 2025
26.1 C
Bhubaneswar

ତାଲିବାନ ଶାସନକୁ ଆନୁଷ୍ଠାନିକ ସ୍ୱୀକୃତି ଦେଲା ରୁଷ: ଏମିତି କହିଲେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଆଫଗାନିସ୍ତାନରେ ତାଲିବାନ ଶାସନକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେଇଛି ରୁଷ । ଏନେଇ ଗୁରୁବାର ଦିନ କାବୁଲରେ ଥିବା ରୁଷ ରାଷ୍ଟ୍ରଦୁତ ଦିମିତ୍ରୀ ଝିରନୋଭ୍‍ଙ୍କୁ ଭେଟିଥିଲେ ତାଲିବାନର ବୈଦେଶିକ ମନ୍ତ୍ରୀ ଆମିର ଖାନ୍‍ ମୁତ୍ତାକୀ । ଏହି ଭେଟଘାଟ ପରେ ମୁତ୍ତାକୀ କହିଛନ୍ତି ଯେ ଏହା ‘ସକାରାତ୍ମକ ସମ୍ପର୍କ, ପାରସ୍ପରିକ ସମ୍ମାନ ଏବଂ ଗଠନମୂଳକ ସହଭାଗୀତାର ଏକ ନୂତନ ପର୍ଯ୍ୟାୟ ହେବ’ ଏବଂ ଏହି ପରିବର୍ତ୍ତନ ଅନ୍ୟ ଦେଶମାନଙ୍କ ପାଇଁ ଏକ ଉଦାହରଣ ହେବ ।
ଅଗଷ୍ଟ ୨୦୨୧ରେ କ୍ଷମତାକୁ ଫେରିବା ପରଠାରୁ ଆଫଗାନିସ୍ତାନରେ ମାନବାଧିକାର ଉଲ୍ଲଂଘନ ବୃଦ୍ଧି ପାଉଥିବା ରିପୋର୍ଟ ସତ୍ତେ୍ୱ ତାଲିବାନ ଅନ୍ତର୍ଜାତୀୟ ସ୍ୱୀକୃତି ଏବଂ ନିବେଶ ଦାବି କରିଛି । ରୁଷିଆର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଆମେ ବିଶ୍ୱାସ କରୁଛୁ ଯେ ଇସଲାମିକ୍‍ ଏମିରେଟ୍‍ ଅଫ୍‍ ଆଫଗାନିସ୍ତାନର ସରକାରଙ୍କୁ ଆନୁଷ୍ଠାନିକ ସ୍ୱୀକୃତି ଆମ ଦେଶଗୁଡିକ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗର ବିକାଶକୁ ପ୍ରୋତ୍ସାହିତ କରିବ । ଏହାସହିତ ରୁଷ ଶକ୍ତି, ପରିବହନ, କୃଷି ଏବଂ ଭିତ୍ତିଭୂମି କ୍ଷେତ୍ରରେ ବାଣିଜ୍ୟିକ ଏବଂ ଆର୍ଥିକ ସହଯୋଗର ସମ୍ଭାବନା ରହିଛି । ଏହା କାବୁଲକୁ ଆତଙ୍କବାଦ ଏବଂ ନିଶା କାରବାରର ବିରୋଧରେ ଲଢିବାରେ ସାହାଯ୍ୟ କରିବା ଜାରି ରଖିôବ । ୨୦୨୧ରେ ଯେତେବେଳେ ଆଫଗାନିସ୍ତାନରେ ସବୁ ଦେଶ ନିଜର ଦୂତାବାସ ବନ୍ଦ କରିଥିଲେ ସେତେବେଳେ ରୁଷ କିନ୍ତୁ ନିଜର ଦୂତାବାସ ବନ୍ଦ କରିନଥିଲା ।

୨୦୨୨ରେ ତାଲିବାନ ସହିତ ଅନ୍ତରାଷ୍ଟ୍ରୀୟ ଅର୍ଥନୈତିକ ଚୁକ୍ତି ସ୍ୱାକ୍ଷର କରିଥିବା ରୁଷ ମଧ୍ୟ ପ୍ରଥମ ଦେଶ ଥିଲା । ଏହି ଚୁକ୍ତି ଅନୁଯାୟୀ ରୁଷ ଆଫଗାନିସ୍ତାନକୁ ତେଲ, ଗ୍ୟାସ ଏବଂ ଗହମ ଯୋଗାଣ କରିବାକୁ ରାଜି ହୋଇଥିଲା । ରୁଷର ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ ଚଳିତ ବର୍ଷ ଏପ୍ରିଲରେ ରୁଷର ଆତଙ୍କବାଦୀ ସଂଗଠନ ତାଲିକାରୁ ତାଲିବାନକୁ ହଟାଇ ଦିଆଯାଇଥିଲା । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଗତ ବର୍ଷ ଜୁଲାଇରେ ଆତଙ୍କବାଦ ବିରୋଧରେ ଲଢିବାରେ ତାଲିବାନକୁ ଏକ ସହଯୋଗୀ ଭାବରେ ବର୍ଣ୍ଣନା କରିଥିଲେ ।

- Advertisement -

 

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories