www.samajalive.in
Saturday, December 6, 2025
14.1 C
Bhubaneswar

କାଉନସିଲରଙ୍କୁ ହତ୍ୟା କଲେ ସ୍ଵାମୀ

ସମାଜ ଡିଜିଟାଲ ଡେସ୍କ: ଅପରାଧର ନୂଆ କାରଣ ସାଜିଲାଣି ପରକୀୟା ପ୍ରୀତି। ଏଭଳି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ ଏପରି ଏକାଧିକ ସାମ୍ନାକୁ ଆସୁଛି। ଏହି କାରଣରୁ ତାମିଲନାଡୁରେ ଜଣେ ମହିଳା କାଉନସିଲରଙ୍କୁ ହତ୍ୟାର ଶିକାର ହେବାକୁ ପଡ଼ିଛି। ହତ୍ୟା କରିଛନ୍ତି ତାଙ୍କ ସ୍ଵାମୀ। ଗୁରୁବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି।

ସୂଚନା ଅନୁସାରେ, ମୃତା କାଉନସିଲର ହେଲେ ଏସ. ଗୋମତି(୩୮)। ତିରୁନିନ୍ଦ୍ରାଭୁର ପୌରପରିଷଦ ଅନ୍ତର୍ଗତ ୨୬ ନଂ. ଓ୍ବାର୍ଡ ସଦସ୍ୟା ଥିଲେ ଗୋମତି। ୧୦ ବର୍ଷ ତଳେ ସେ ଷ୍ଟିଫେନ ରାଜଙ୍କୁ ବିବାହ କରିଥିଲେ। ଉଭୟଙ୍କର ୪ ସନ୍ତାନ ଅଛନ୍ତି। ଅନ୍ୟ ଜଣେ ପୁରୁଷଙ୍କ ସହିତ ଗୋମତିଙ୍କ ବନ୍ଧୁତା ଥିଲା। ଏହା ଷ୍ଟିଫେନଙ୍କୁ ବିରକ୍ତ କରାଉଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର କଳିଝଗଡ଼ା ହେଉଥିଲା।

- Advertisement -

ଗତ ଗୁରୁବାର ଗୋମତି ତାଙ୍କ ପୁରୁଷ ବନ୍ଧୁଙ୍କୁ ଭେଟିବାକୁ ଯାଇଥିବା ଷ୍ଟିଫେନଙ୍କୁ ଖବର ମିଳିଥିଲା। ଏହା ପରେ ସେ ତାଙ୍କୁ ପିଛା କରି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଉଭୟ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଷ୍ଟିଫେନ ଏକ ଧାରୁଆ ଅସ୍ତ୍ରରେ ନିଜ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। କିଛି ସମୟ ପରେ ଗୋମତିଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଷ୍ଟିଫେନ ଥାନାରେ ପହଞ୍ଚି ନିଜ ଅପରାଧ ସ୍ଵୀକାର କରି ଆତ୍ମସମର୍ପଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories