ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ସାପର ଭିଡିଓ ଅନେକ ସମୟରେ ଭୟଭୀତ କରିବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରିଥାଏ । ନିକଟରେ ଭାଇରାଲ୍ ହେଉଥିବା ସାପ ଓ ମଇଁଷିର ଏକ ଭିଡିଓ ଦେଖିଲେ ଯେ କେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଭିଡିଓଟି ଏକ ମଇଁଷି ଓ ନାଗ ସାପର । ଭୟଭୀତ କରୁଥିବା ଏହି ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍ ହେଉଛି ।
ଭିଡିଓରେ ଆରମ୍ଭରେ ଦେଖିପାରିବେ, ଏକ ଗଛ ନିକଟରେ ମଇଁଷିଟିଏ ବନ୍ଧା ହୋଇଥିବା ଦେଖିପାରିବେ । ସେହି ଗଛରେ ହଠାତ୍ ଏକ ନାଗସାପ ଥିବା ଦେଖାଯାଉଛି । ସାପଟିକୁ ନିଜ ଚାରା ଭାବି ମଇଁଷିଟି ତା’କୁ ଖାଇବାକୁ ଚେଷ୍ଟା କରୁଛି । ସାପଟି ମଇଁଷିକୁ ସେହି ସମୟରେ ଦଂଶନ କରୁନଥିବା ଦେଖାଯାଉଛି । ସାପଟି ପୁଣି ଗଛ ଉପରକୁ ଚଢୁଛି । ମାତ୍ର ମଇଁଷି ପୁଣି ସାପକୁ ଜିଭରେ ଚାଟିବା ସହ ଖାଇବାକୁ ଚେଷ୍ଟା କରୁଛି । ଶେଷରେ ସାପଟି ସେଠାରୁ ପଳାଉଛି । ଭିଡିଓ ଭାଇରାଲ୍ ହେବା ପରେ ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।



