www.samajalive.in
Sunday, December 14, 2025
26.1 C
Bhubaneswar

ରେଲ୍‌ୱାନ୍‌ ଆପ୍‌ ; ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବର, ଏବେ ଗୋଟିଏ ଆପ୍‌ରେ ପାଇବେ ସବୁକିଛି..

ନୂଆଦିଲ୍ଲୀ : ରେଲ୍‌ୱାନ୍‌ ଆପ୍‌ ରେଳଯାତ୍ରୀଙ୍କ ପାଇଁ ଆଣିଛି ଏକ ବଡ ଆଶ୍ୱସ୍ତି ସହ ଖୁସି ଖବର। ବର୍ତ୍ତମାନ ଯାତ୍ରୀ ଗୋଟିଏ ଆପ୍‌ରେ ଯାତ୍ରା ସହ ଜଡିତ ସମସ୍ତ ସେବାର ଉପଲବ୍ଧି ପାଇପାରିବେ। ଏହା କେବଳ ସମୟ ବଞ୍ଚାଇବ ନାହିଁ ବରଂ ଡିଜିଟାଲ ଇଣ୍ଡିଆର ଦିଗର ଆଉ ଏକ ବଡ ସପଳତା। ଆପଣଙ୍କୁ ଯଦି ଅଧିକାଂଶ ସମୟରେ ବାରମ୍ବାର ରେଳରେ ଯାତ୍ରା କରିବାକୁ ପଡୁଛି, ତେବେ ରେଲ୍‌ୱାନ୍‌ ଆପ୍‌ ଆପଣଙ୍କ ଯାତ୍ରାକୁ ଆହୁରି ସୁବିଧା ଓ ସହଜ କରି ପାରିବ।

ରେଲ୍‌ୱାନ୍‌ ଆପ୍‌ ଆଣ୍ଡରଏଡ୍‌ ଓ ଆଇଓଏସ ଉଭୟ ପ୍ଲାର୍ଟଫମରେ ଡାଉଲଲୋଡ୍‌ ପାଇଁ ଉପଲବ୍ଧ। ଏଥିରେ ସିଙ୍ଗଲ୍‌ ସାଇନ୍‌-ଅନ୍‌ ଫିଚର ରହିଛି। ଯେଉଁଥିରେ ଯାତ୍ରୀଙ୍କୁ ବାରମ୍ବାର ପାସ୍‌ୱାର୍ଡ ମନେ ରଖିବାର ଆବଶ୍ୟକତା ନାହିଁ।
ରେଲ୍‌ୱାନ୍‌ ଆପ୍‌ରେ ଟିକେଟ୍‌ ବୁକିଙ୍ଗ୍‌, ପିଏନଆର ଷ୍ଟେଟସ୍‌, ଟ୍ରେନ୍‌ର ସ୍ଥିତି, କୋଚ୍‌ ସ୍ଥାନ, ଖାଦ୍ୟ ଅର୍ଡର, ଅଭିଯୋଗ ଆଦି ସମସ୍ତ ରେଳ ସେବାକୁ ଗୋଟିଏ ସ୍ଥାନରେ ପାଇପାରିବେ।

ଆଉ ମାତ୍ର ୪୮ ଘଣ୍ଟାକୁ ଅପେକ୍ଷା ; ଏହି ରାଶିଙ୍କୁ କୋଟିପତି କରିବାକୁ ଆସୁଛନ୍ତି କେତୁ, ହେବେ ମାଲାମାଲ୍‌, କିଣିବେ ଘର,ଗାଡି..

- Advertisement -

ଉପଭୋକ୍ତାମାନେ ସେମାନଙ୍କର ବିଦ୍ୟମାନ ରେଲ୍‌ କନେକ୍ଟ ବ୍ୟବହାର କରି ଲଗଇନ୍ କରିପାରିବେ। ଏହା ବ୍ୟତୀତ ଏମ୍‌ପିନ୍‌ ଏବଂ ବାୟୋମେଟ୍ରିକ୍ ଲଗଇନ୍ ସୁବିଧା ପାସୱାର୍ଡ ମନେରଖିବା ସମସ୍ୟାକୁ ଦୂର କରିଥାଏ । ଯାତ୍ରୀମାନଙ୍କୁ ବାରମ୍ବାର ପାସୱାର୍ଡ ମନେ ରଖିବାକୁ ପଡ଼ିବ ନାହିଁ।

ପୂର୍ବରୁ ଯାତ୍ରୀମାନଙ୍କୁ ବିଭିନ୍ନ ସେବା ପାଇଁ ଏକାଧିକ ଆପ୍ ଡାଉନଲୋଡ୍ କରିବାକୁ ପଡୁଥିଲା। ମାତ୍ର ଏବେ ରେଲ୍‌ୱାନ୍‌ରେ ଏହି ସମସ୍ତ ସେବାକୁ ଗୋଟିଏ ସ୍ଥାନରେ ପ୍ରଦାନ କରେ। ଡିଭାଇସ୍ ମେମୋରୀ ସଞ୍ଚୟ କରେ। ଏମ୍‌ପିନ୍‌ ଏବଂ ବାୟୋମେଟ୍ରିକ୍ ଲଗଇନ୍ ଭଳି ଆଧୁନିକ ସୁରକ୍ଷା ଫିଚର ମଧ୍ୟ ଅନ୍ତର୍ଭୁକ୍ତ।

ରେଲ୍‌ୱାନ୍‌ ଆପ୍‌ରେ ଆର୍‌-ୱାଲେଟ୍‌ ସୁବିଧା ଅଛି ଯାହା ବାୟୋମେଟ୍ରିକ୍ କିମ୍ବା ଏମ୍‌ପିନ୍‌ ମାଧ୍ୟମରେ ସୁରକ୍ଷିତ ଏବଂ ଦ୍ରୁତ ପେମେଣ୍ଟ ଅନୁମତି ଦିଏ। ନୂତନ ଉପଭୋକ୍ତାଙ୍କ ପାଇଁ ପଞ୍ଜିକରଣ ପ୍ରକ୍ରିୟାକୁ ସରଳୀକୃତ କରାଯାଇଛି, ଯେଉଁଠାରେ ଜଣେ କେବଳ ସୀମିତ ସୂଚନା ସହିତ ସାଇନ୍ ଅପ୍ କରିପାରିବେ।

ରେଲ୍‌ୱାନର ଏକ ସରଳ ଏବଂ ସହଜ ଇଣ୍ଟରଫେସ୍ ଅଛି, ଯାହା ସମସ୍ତ ବୟସର ଯାତ୍ରୀଙ୍କ ପାଇଁ ଉପଯୋଗୀ। ଏହା ହିନ୍ଦୀ, ଇଂରାଜୀ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାରେ ଉପଲବ୍ଧ, ଯାହା ଆଞ୍ଚଳିକ ଉପଭୋକ୍ତାଙ୍କ ପାଇଁ ସୁବିଧା ପ୍ରଦାନ କରେ।
ପଞ୍ଜୀକରଣ ବିନା ପ୍ରଶ୍ନ ପାଇଁ ମୋବାଇଲ୍ ନମ୍ବର ଏବଂ ଓଟିପି ମାଧ୍ୟମରେ ଅତିଥି ଲଗଇନ୍ କରିପାରିବେ। ସର୍ବନିମ୍ନ ସୂଚନା ସହିତ ନୂତନ ଉପଭୋକ୍ତାମାନଙ୍କ ପାଇଁ ଏକ ସହଜ ପଞ୍ଜୀକରଣ ପ୍ରକ୍ରିୟା ଅଛି। ରେଲ୍‌ୱାନ ଆପ୍ ଉଭୟ ଆଣ୍ଡରଏଡ୍‌ ଏବଂ ଆଇଓଏସ ପ୍ଲାଟଫର୍ମରେ ଡାଉନଲୋଡ୍ ପାଇଁ ଉପଲବ୍ଧ।

ଜାଣନ୍ତୁ କ’ଣ ଇରାନର ମିଶନ ‘ମୋସାଦ’ ; ଆମେରିକା ପାଇଁ ବି ପ୍ରସ୍ତୁତ କରିଛି ଯୋଜନା..

ଦେଖନ୍ତୁ ଭିଡିଓ ;ହଳଦୀ ଟ୍ରେଣ୍ଡ, ଚାଲିଯାଇଥାନ୍ତା ଯୁବକଙ୍କ ଜୀବନ..

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories