www.samajalive.in
Monday, December 15, 2025
14.1 C
Bhubaneswar

‘ରାମାୟଣ’ର ପ୍ରଥମ ଝଲକ୍‌ ଦେଖାଇଲେ ନିର୍ମାତା, ରଣବୀର ଓ ୟଶ୍‌ଙ୍କୁ ଦେଖି ପ୍ରଶଂସକ ଉତ୍ସାହିତ

ସମାଜ ଡିଜିଟାଲ ଡେସ୍କ: ବଲିଉଡ଼ ଅଭିନେତା ରଣବୀର କପୁରଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାମାୟଣ’ର ପ୍ରଥମ ଝଲକ ସାମ୍ନାକୁ ଆସିଛି। ପ୍ରଯୋଜକ ନମିତ ମାଲହୋତ୍ରା ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ରଣବୀର କପୁର ରାମ ଅବତାରରେ ନଜର ଆସିଛନ୍ତି। ସେହିପରି ଅଭିନେତା ୟଶ୍‌ଙ୍କୁ ରାବଣ ଭୂମିକାରେ ଦେଖିବାକୁ ମିଳିଛି। ୩ ମିନିଟର ଏହି ଭିଡିଓରେ ଚଳଚ୍ଚିତ୍ରର କେବଳ ଦୁଇଟି ଚରିତ୍ରଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଥିଲା।

ଫିଲ୍ମର ପ୍ରଥମ ଲୁକ୍‌ରେ ରଣବୀର କପୁର ଧନୁର୍ଦ୍ଧାରୀ ଯୋଦ୍ଧା ଭାବରେ ନଜର ଆସିଛନ୍ତି। ଆଖିରେ ଦୃଢ଼ ପ୍ରତିଜ୍ଞା ଏବଂ ପିଠିରେ ଝୁଲୁଥିବା ଧନୁ ସହିତ ସେ ଜଣେ ପ୍ରକୃତ ଯୋଦ୍ଧା ପରି ଦେଖାଯାଉଛନ୍ତି। ରଣବୀରଙ୍କ ଏହି ଲୁକ୍ ପ୍ରମାଣ କରିଛି ଯେ, ସେ ତାଙ୍କ ଚରିତ୍ରକୁ ଜୀବନ୍ତ କରିବାକୁ ଯାଉଛନ୍ତି।

- Advertisement -


ପ୍ରଥମ ଲୁକ୍ ଟିଜରରେ ଫିଲ୍ମର ଭବ୍ୟତା ସ୍ପଷ୍ଟ ଭାବରେ ଝଲକୁଛି। ରାମ ଏବଂ ରାବଣଙ୍କ ମଧ୍ୟରେ ସଂଘର୍ଷକୁ ଦମ୍‌ଦାର ଦୃଶ୍ୟ ସହିତ ଦର୍ଶାଯାଇଛି। ଗୋଟିଏ ଦୃଶ୍ୟରେ ରଣବୀରଙ୍କୁ ଜଙ୍ଗଲରେ ଗଛ ଚଢ଼ି ଧନୁ ମାରିବାର ଦେଖିବାକୁ ମିଳିଛି। ୟଶଙ୍କ ରାବଣ ଲୁକ୍ ମଧ୍ୟ ବହୁତ ଶକ୍ତିଶାଳୀ ମନେହେଉଛି।

ଫିଲ୍ମରେ ରଣବୀର ରାମ ଭୂମିକାରେ ଅଭିନୟ କରିଥିବାବେଳେ ସାଇ ପଲ୍ଲବୀ- ସୀତା, ସନି ଦେଓଲ- ହନୁମାନ, ୟଶ୍- ରାବଣ, ରବି ଦୁବେ- ଲକ୍ଷ୍ମଣ, ରକୁଲ ପ୍ରୀତ ସିଂହ- ଶୂର୍ପଣଖା, କାଜଲ ଅଗ୍ରଓ୍ବାଲ- ମନ୍ଦୋଦରୀ ଓ ଲାରା ଦତ୍ତ କୈକେଇ ଭୂମିକାରେ ନଜର ଆସିବେ। ‘ରାମାୟଣ’କୁ ଦୁଇଟି ଭାଗରେ ମୁକ୍ତିଲାଭ କରାଯିବ। ପ୍ରଥମ ଭାଗ ୨୦୨୬ ଦୀପାବଳି ଅବସରରେ ପରଦାକୁ ଆସିବ। ସେହିପରି ଦ୍ଵିତୀୟ ଭାଗ ୨୦୨୭ରେ ରିଲିଜ୍‌ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories