www.samajalive.in
Friday, December 5, 2025
20.1 C
Bhubaneswar

ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ, ନୀଳାଦ୍ରି ବିଜେ ସୁଦ୍ଧା ଶେଷ ହେବ ମରାମତି କାମ: ଗଜପତି ମହାରାଜା

ପୁରୀ: ରତ୍ନଭଣ୍ଡାର ମରାମତି କାର୍ଯ୍ୟ ତଦାରଖ କଲେ ଗଜପତି ମହାରାଜା। ଆଜି ଗଜପତି ମହାରାଜା ଦିବ୍ୟ ସିଂହଦେବ ରତ୍ନଭଣ୍ଡାର କାର୍ଯ୍ୟ ତଦାରଖ କରି ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କହିଛନ୍ତି। ନୀଳାଦ୍ରି ବିଜେ ସୁଦ୍ଧା ମରାମତି ସମ୍ପୂର୍ଣ୍ଣ ହୋଇଯିବ ବୋଲି କହିଛନ୍ତି। ରତ୍ନଭଣ୍ଡାର ସମ୍ପର୍ଣ୍ଣ ସୁରକ୍ଷିତ ଏବଂ ତାହା ଖୁବ୍ ସୁନ୍ଦର ଦେଖାଯାଉଛି। ମନ୍ଦିର ନିର୍ମାଣ ଶୈଳୀରେ ସମସ୍ତ ମରାମତି କାମ ହୋଇଛି। ପ୍ରାୟ ୬ ଶହ ପଥ କଢା ଯାଇ ନୂଆ ପଥର ଲଗାଯାଇଛି। ମହାପ୍ରଭୁ ରତ୍ନ ସିଂହାସନକୁ ଆସିବା ପରେ ମଣତି ଗଣତି ହେବ। ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ଗଣତି ମଣତି ହେବ। ସେପଟେ ରତ୍ନଭଣ୍ଡାର ମରାମତି ନେଇ ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି ଗଜପତି ମହାରାଜା ତଦାରଖ କରି ବୈଷୟିକ କମିଟିକୁ ଧନ୍ୟବାଦ ଦେଇଛନ୍ତି। ଭିତର ରତ୍ନଭଣ୍ଡାର ମରାମତି କାମ ପ୍ରାୟତଃ ଶେଷ ହୋଇଛି। ବାହାର ରତ୍ନଭଣ୍ଡାର କାମ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଶେଷ ହେବ। ଷ୍ଟୋନ୍ ଏଲିମେଣ୍ଟ ବଦଳା ସରିଛି , ମରାମତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନୂଆ ଷ୍ଟେନଲେସ୍ ଷ୍ଟିଲ ଗେଟ୍ ଓ ବର୍ମାଟିକ୍ ଗେଟ୍‌ ଲାଗିବ ଏବଂ ରୂପା ଛାଉଣୀ ହେବ। ବାହାର ରତ୍ନଭଣ୍ଡାର ବାହାର ପାର୍ଶ୍ବ ମଧ୍ୟ ସଂରକ୍ଷଣ କରାଯାଇଛି। ଗଜପତି ମହାରାଜା ମରାମତି କାର୍ଯ୍ୟରେ ସନ୍ତୋଷ ପ୍ରକଟ କରିଥିବା କହିଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories