www.samajalive.in
Sunday, December 14, 2025
19.1 C
Bhubaneswar

ଆତଙ୍କବାଦ ବିରୁଦ୍ଧରେ ସଂଗ୍ରାମ ପାଇଁ ଭାରତ ଓ ସାଉଦି ଆରବ ଏକମତ

ନୂଆଦିଲ୍ଲୀ: ଆତଙ୍କବାଦ ବିରୁଦ୍ଧରେ ସଂଗ୍ରାମ ଓ ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ଉପରେ ଚାପ ବୃଦ୍ଧି କରିବାକୁ ପରସ୍ପରକୁ ସହଯୋଗ କରିବାପାଇଁ ଭାରତ ଓ ସାଉଦି ଆରବ ଏକମତ ହୋଇଛନ୍ତି। ସାଉଦି ଆରବ ଯୁବରାଜ ମହମ୍ମଦ ବିନ୍‍ ସଲ୍‍ମନ୍‍ ବିନ୍‍ ଅବଦୁଲ୍‍ ଅଜିଜ୍‍ ଅଲସୌଦ୍‍ଙ୍କ ସହ ଆଲୋଚନା ପରେ ଶ୍ରୀ ମୋଦି ଏକ ପ୍ରେସ୍‍ ବିବୃତ୍ତିରେ କହିଛନ୍ତି, ପୁଲ୍‍ୱାମା ଆତଙ୍କବାଦୀ ଆକ୍ରମଣରୁ ଏହା ସ୍ପଷ୍ଟ ହୋଇଛି ଯେ ଆତଙ୍କବାଦ ଏକ ବଡ଼ ବିପଦ ଓ ଏହା ସମଗ୍ର ମାନବ ଜାତିର କ୍ଷତିସାଧନ କରିବ। ସେ କହିଛନ୍ତି, ଆତଙ୍କବାଦ ଓ ଆତଙ୍କବାଦୀ ମୌଳିକ ଢାଞ୍ଚାକୁ ସମ୍ପୂର୍ଣ୍ଣ ନଷ୍ଟ କରାଯିବା ଅପରିହାର୍ଯ୍ୟ ହୋଇପଡ଼ିଛି ଓ ଯେଉଁମାନେ ଏହାକୁ ସାହାଯ୍ୟ ସମର୍ଥନ କରୁଛନ୍ତି, ସେମାନଙ୍କୁ ଦଣ୍ଡିତ କରାଯିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ କହିଛନ୍ତି, ସାଉଦି ଆରବ ଭାରତର ଏକ ଘନିଷ୍ଠ ଭାଗିଦାର ରାଷ୍ଟ୍ର ଏବଂ ଆତଙ୍କବାଦର ଦମନ ଓ ସାମୁଦ୍ରିକ ତଥା ସାଇବର୍‍ ନିରାପତ୍ତା କ୍ଷେତ୍ରରେ ପରସ୍ପରର ସହଯୋଗ କରିବାକୁ ଦୁଇ ଦେଶ ଏକମତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଓ ସାଉଦି ଆରବ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବେ ଓ ଅର୍ଥନୈତିକ ସମ୍ପର୍କରେ ଉନ୍ନତି ଆଣିବେ।

ସାଉଦି ଆରବ ଯୁବରାଜ ତାଙ୍କ ପ୍ରେସ୍‍ ବିବୃତ୍ତିରେ କହିଛନ୍ତି, ଉଭୟ ଦେଶ ସଂସ୍କୃତି ଓ କୃଷି ସମେତ ଅନେକ କ୍ଷେତ୍ରରେ ପରସ୍ପରର ସହଯୋଗ କରିପାରିବେ। ଆତଙ୍କବାଦ ବିରୁଦ୍ଧରେ ଭାରତର ସଂଗ୍ରାମରେ ତାଙ୍କ ଦେଶ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ସେ କହିଛନ୍ତି। ପୂର୍ବରୁ ଭାରତ ଓ ସାଉଦି ଆରବ ପର୍ଯ୍ୟଟନ ଓ ଗୃହ ନିର୍ମାଣ ସମେତ ବିଭିନ୍ନ କ୍ଷେତ୍ରରେ ୫ଟି ରାଜିନାମା ସ୍ୱାକ୍ଷର କରିଛନ୍ତି। ପ୍ରସାର ଭାରତୀ ଓ ସାଉଦି ପ୍ରସାରଣ ନିଗମ ମଧ୍ୟରେ ସହଯୋଗ ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଦୁଇ ଦେଶର ସରକାରୀ ପ୍ରସାରଣ ସଂସ୍ଥା ମଧ୍ୟରେ ଅଡ଼ିଓ ଭିଜୁଆଲ୍‍ କାର୍ଯ୍ୟକ୍ରମଗୁଡ଼ିକର ଆଦାନ ପ୍ରଦାନ ହେବ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories