www.samajalive.in
Saturday, December 6, 2025
26.1 C
Bhubaneswar

ଆଜିଠୁ ପୁରୁଣା ଗାଡିକୁ ମିଳିବନି ତେଲ

ନୂଆଦିଲ୍ଲୀ: ପୁରୁଣା ଗାଡିକୁ ପେଟ୍ରୋଲ ମନା। ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜିଠୁ ପେଟ୍ରୋଲ ପମ୍ପରେ ପୁରୁଣା ଗାଡିକୁ ମିଳିବନି ତେଲ। ପୁରୁଣା ଗାଡି ଚଳାଚଳ ଉପରେ ଲଗାମ୍ ଲାଗିବ। ଏଥିପାଇଁ ସବୁ ପେଟ୍ରୋଲ ପମ୍ପ ଗୁଡିକରେ ଏଆଇ କ୍ୟାମେରା ଲାଗିବ। ଯଦି କେହି ବ୍ୟକ୍ତି ଏହି ନିୟମକୁ ଖିଲାଫ କରନ୍ତି , ତେବେ ଜରିମାନା ଦେବାକୁ ପଡିବ। ଏପରିକି ସରକାର ସମୟ ସରି ଯାଇଥିବା ଗାଡିକୁ  ଚିହ୍ନଟ କରି ଜବତ କରିବେ। ଦିଲ୍ଲୀରେ ଆଜିଠୁ୧୫ ବର୍ଷ ପୁରୁଣା ପେଟ୍ରୋଲ ଚାଳିତ ଗାଡି ଏବଂ ୧୦ ବର୍ଷ ପୁରୁଣା ଡିଜେଲ୍ ଚାଳି  ଗାଡିକୁ ଇନ୍ଧନ ମିଳିବ ନାହିଁ। ଟ୍ରାନ୍ସ ପୋର୍ଟ ବିଭାଗ, ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନ୍ ଏବଂ ଦିଲ୍ଲୀ ପୁଲିସ୍ ପକ୍ଷରୁ ଦିଲ୍ଲୀରେ ଥିବା ସବୁ ପେଟ୍ରୋଲ ପମ୍ପ ଗୁଡିକରେ ଚେକିଂ କରାଯାଉଛି। ପୁରୁଣା ଗାଡି ଗୁଡିକୁ ଚିହ୍ନଟ କରିବା ଲାଗି ଅଟୋମେଟିକ୍ ନମ୍ବର ପ୍ଲୋଟ୍ ରିକଗ୍ନାଇଜେସନ୍ ସିଷ୍ଟମ୍ ଲଗାଯାଇଛି। ଏହି ମେସିନ୍ ପେଟ୍ରୋଲ ପମ୍ପ ଗୁଡିକୁ ଆସୁଥିବା ସବୁ ଗାଡିର ନମ୍ବର ପ୍ଲୋଟ୍ ଯାଞ୍ଚ କରି ତଥ୍ୟ ବାହାର କରିବ। ନିୟମ ଅମାନ୍ୟ କରି ପ୍ରଥମ ଥର ଧରାପଡିଲେ ଗାଡି ମାଲିକଙ୍କୁ ଗୋଟିଏ ଥର ଛାଡ କରାଯିବ। ମାତ୍ର ଦ୍ଵିତୀୟ ଥର ଧରାପଡିଲେ , ଗାଡିକୁ ସମ୍ପୂର୍ଣ୍ଣ ରୂପେ ଜବତ କରି ନିଆଯିବ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories