ପାଟନା: ପାଟନାର ଜୟ ପ୍ରକାଶ ନାରାୟଣ ବିମାନବନ୍ଦରକୁ ବୋମା ଧମକ ମିଳିଛି। ପାଟନା ବିମାନବନ୍ଦରର ନୂତନ ଟର୍ମିନାଲ କୋଠା ସମେତ ସମଗ୍ର ବିମାନବନ୍ଦରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ବିମାନବନ୍ଦର ନିର୍ଦେଶକଙ୍କୁ ଇମେଲ୍ ଜରିଆରେ ଏହି ଧମକ ମିିଳିଛି। ଏହାପରେ ବିମାନବନ୍ଦରରେ ଭୟର ବାତାବରଣ ଦେଖା ଦେଇଥିଲା। ବିମାନବନ୍ଦର କର୍ତ୍ତୃପକ୍ଷ ଦଳ ବମ୍ ସ୍କ୍ବାଡ୍ ସହାୟତାରେ ଯାଞ୍ଚ କରିଥିଲେ। ବିମାନବନ୍ଦରର ପ୍ରତ୍ୟେକ କୋଣରେ ଖୋଜାଖୋଜି କରାଯାଇଥିଲା କିନ୍ତୁ କିଛି ମିଳିନଥିଲା। ବିମାନବନ୍ଦର କର୍ତ୍ତୃପକ୍ଷ ବିମାନବନ୍ଦର ଥାନାରେ ଏକ ମାମଲା ରୁଜୁ କରିଥିଲା। ଏହାପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ସାଇବର ସେଲର ସହାୟତାରେ ତଦନ୍ତ ଚଳାଇଛି।
Popular Categories



