www.samajalive.in
Saturday, December 6, 2025
16.1 C
Bhubaneswar

ବାଦଲଫଟା ବର୍ଷା ଯୋଗୁ ପ୍ରଳୟଙ୍କରୀ ବନ୍ୟା, ଭାସିଯାଇ ୧୨ ନିଖୋଜ

ସମାଜ ଡିଜିଟାଲ ଡେସ୍କ: ହିମାଚଳ ପ୍ରଦେଶର ମଣ୍ଡି ଜିଲା ଅନ୍ତର୍ଗତ କରସୋଗ ସମେତ ୪ଟି ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ବାଦଲଫଟା ବର୍ଷା ଯୋଗୁ ହଠାତ ପ୍ରଳୟଙ୍କରୀ ବନ୍ୟା ଆସିଛି। ବନ୍ୟାରେ ବହୁ ଘରଦ୍ଵାର, ଗାଡ଼ିମୋଟର ଏବଂ ଦୋକାନ ଘର ଭାସିଯାଇଛି। ଜଣେ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଥିବାବେଳେ ୧୨ରୁ ଅଧିକ ଲୋକ ବନ୍ୟାଜଳରେ ଭାସିଯାଇ ନିଖୋଜ ରହିଛନ୍ତି। କିଛି ସ୍ଥାନରେ ନଦୀ ପୋଲ ଧୋଇଯାଇଛି।

ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ବାଦଲଫଟା ବର୍ଷା ଏବଂ ଏହା ପରବର୍ତ୍ତୀ ବନ୍ୟା ଯୋଗୁ ପଟିକାରୀ ଜଳବିଦ୍ୟୁତ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି। ବିୟାସ ନଦୀରେ ଭୟଙ୍କର ଭାବେ ହଠାତ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ପାଣ୍ଡୋ ଡ୍ୟାମର ଫାଟକ ସବୁ ଖୋଲି ଦିଆଯାଇଛି। ବନ୍ୟାଜଳ ପ୍ରବାହ ଯୋଗୁ କିରାଟପୁର-ମନାଲି ଜାତୀୟ ରାଜପଥ ବନ୍ଦ ରହିଛି। ମଣ୍ଡି ସହରର ଜେଲ ରୋଡରେ ଭୂସ୍ଖଳନ ଯୋଗୁ ୧୨ରୁ ଅଧିକ ଗାଡ଼ି ମାଟିତଳେ ପୋତି ହୋଇ ରହିଛି। ସେହିପରି ସାୟାଥି ଗ୍ରାମରେ ଭୂସ୍ଖଳନ ଯୋଗୁ ବହୁ ଘରଦ୍ଵାର ମାଟିତଳେ ପୋତି ହୋଇପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories