www.samajalive.in
Saturday, December 6, 2025
16.1 C
Bhubaneswar

ଦୀର୍ଘ ବର୍ଷ ପରେ ଜୁଲାଇରେ ଦୁର୍ଲ୍ଲଭ ରାଜଯୋଗ; ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ, କିଏ ହେବେ କୋଟିପତି, କିଣିବେ ଘର, ଗାଡି, ହେବେ ଭାଗ୍ୟଶାଳୀ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ଚଳନ ଦୃଷ୍ଟିରୁ ଜୁଲାଇ ଖୁବ୍‌ ଖାସ୍‌। ଏହି ମାସରେ ଅନେକ ଗ୍ରହ ଚଳନ କରିବେ। କିଛି ଗ୍ରହ ଉଦୟ, ଅସ୍ତ, ସିଧା ଓ ଓଲଟା ଚଳନ କରିବେ। ୯ ଜୁଲାଇରେ ଗୁରୁ ବୃହସ୍ପତି ମିଥୁନ ରାଶିରେ ଉଦୟ ହେବେ। ୧୩ ଜୁଲାଇରେ ଶନି ଦେବ ମୀନ ରାଶିରେ ଓଲଟା ଚଳନ କରିବେ। ୧୬ ଜୁଲାଇରେ ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କରିବେ। ୧୮ ଜୁଲାଇରେ ବୁଧ ଗ୍ରହ କର୍କଟ ରାଶିରେ ଓଲଟା ଚଳନ କରିବେ। ୨୪ ଜୁଲାଇରେ ବୁଧ କର୍କଟ ରାଶିରେ ଅସ୍ତ ହେବେ। ୨୬ ଜୁଲାଇରେ ଶୁକ୍ର ମିଥୁନ ରାଶିରେ ପ୍ରବେଶ କରିବେ। ୨୮ ଜୁଲାଇରେ ମଙ୍ଗଳ କନ୍ୟା ରାଶିରେ ଚଳନ କରିବେ। ଫଳରେ ମାଲବ୍ୟ ସହ ଅନେକ ରାଜଯୋଗ ସୃଷ୍ଟି ହେବ। ଏହି ଯୋଗ ଅତ୍ୟନ୍ତ ଶୁଭ ଯୋଗ ବୋଲି ମାନ୍ୟତା ରହିଛି। ଗ୍ରହଙ୍କ ଚଳନ ଓ ରାଜଯୋଗ ଫଳରେ ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି କି ପ୍ରଭାବ..

ମେଷ- ଜୀବନରେ ଲାଗି ରହିଥିବା ଅନେକ ସମସ୍ୟା ଦୂର ହେବ । ବନ୍ଧୁଙ୍କ ସହ ସାକ୍ଷାତ ହେବ । ଜୀବନରେ ଖୁସିର ଆଗମନ ହେବ । ଧନ ସହ ଜଡିତ ଥିବା ସମସ୍ୟା ଦୂର ହେବ । ଚିନ୍ତା ମଧ୍ୟ ଦୂର ହେବ ।

- Advertisement -

ବୃଷ- ଯାତ୍ରାର ଯୋଗ ରହିଛି । ଭୂମି, ଯାନ, ଘର କିଣିବାର ଯୋଗ ରହିଛି । ପରିବାରରେ ହସଖୁସିର ବାତାବରଣ ରହିବ । ନୂଆ ନୂଆ ଯୋଜନାରେ ନୂଆ କାମ ଆରମ୍ଭ କରିବେ ।

ମିଥୁନ- ବ୍ୟବସାୟରେ ବଡ ଧରଣର ଲାଭ ମିଳିବ । ପରିବାରରେ ଶାନ୍ତି ସହ ହସଖୁସିର ବାତାବରଣ ରହିବ । ଜୀବନରେ ଥିବା କିଛି ସମସ୍ୟା ଦୂର ହେବ ।

କର୍କଟ- ସ୍ୱାସ୍ଥ୍ୟ ଉତ୍ତମ ରହିବ । ନୂଆ ବ୍ୟବସାୟ ଆରମ୍ଭ କରିବେ । ରୋଜଗାର ବୃଦ୍ଧି ହେବ । ଧନ ସହ ଜଡିତ ଥିବା କିଛି ସମସ୍ୟା ଦୂର ହେବ ।

ସିଂହ- ବଡ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ । ଭାବି ଚିନ୍ତି ଧନ ଖର୍ଚ୍ଚ କରନ୍ତୁ । ପରିବାରରେ ହସଖୁସି ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଯାତ୍ରାର ଯୋଗ ରହିଛି ।

କନ୍ୟା- ଧନ ସହ ଜଡିତ କିଛି ସମସ୍ୟା ଦୂର ହେବ । ନୂଆ ନୂଆ ସୁଯୋଗ ମିଳିବ । ଲାଗି ରହିଥିବା କିଛି ସମସ୍ୟା ଦୂର ହେବ । ଭୂମି କିଣିବାର ଯୋଗ ରହିଛି ।

ତୁଳା- ବିଦେଶ ଯାତ୍ରା ପାଇଁ ଯୋଜନା କରିବେ । ନୂଆ ଘର, ଗାଡି କିଣିବାର ଯୋଗ ରହିଛି । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଲାଗି ରହିଥିବା ରୋଗ ଦୂର ହେବ ।

ବିଛା- ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ପରିବାରରେ ହସଖୁସିର ବାତାବରଣ ରହିବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ସ୍ଥିର ହୋଇପାରେ ।

ଧନୁ- ଅନେକ ଦିନର ଚିନ୍ତା ଦୂର ହେବ । ଧନ ସମ୍ପତ୍ତି ପ୍ରାପ୍ତି ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମକର- ଧନ ସମସ୍ୟା ଦୂର ହୋଇ ଆର୍ଥିକ ସ୍ଥିତି ମଜଭୁତ ହେବ । ମାନସିକ ଶାନ୍ତି ମିଳିବ । ଭ୍ରମଣର ଯୋଗ ରହିଛି । ଲାଗି ରହିଥିବା ଚିନ୍ତା ଦୂର ହେବ ।

କୁମ୍ଭ- ବିଦେଶ ଯାତ୍ରାର ଯୋଗ ରହିଛି । ନୂଆ ନୂଆ ଯୋଜନା କରିବେ । ଟଙ୍କା ନିବେଶ କରିବେ । ନୂଆ ଘର, ଭୂମି କିଣିବାର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମୀନ- ଅନେକ କାର୍ଯ୍ୟରେ ସଫଳତା ମିଳିବ । ପାରିବାରିକ ଜୀବନ ସୁଖମୟ ହେବ । ଭ୍ରମଣର ଯୋଗ ରହିଛି । ହଠାତ୍‌ ଧନ ମିଳିବ ।

ମଇଁଷି ଦାମ୍‌ ୧୪ ଲକ୍ଷ

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories