www.samajalive.in
Saturday, December 6, 2025
23.1 C
Bhubaneswar

ଜାଲ କାଗଜପତ୍ରରେ ବାୟୁସେନା ବିମାନଘାଟି ବିକିଦେଲେ, ୨୮ ବର୍ଷ ପରେ ଏତଲା

ସମାଜ ଡିଜିଟାଲ ଡେସ୍କ: ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟର ଏକ ବିମାନଘାଟିକୁ ଜାଲ କାଗଜପତ୍ର ଜରିଆରେ ବିକ୍ରି କରିଦିଆଯାଇଛି। ୧୯୯୭ରେ ଏହାକୁ ବିକ୍ରି କରାଯାଇଥିବା ବେଳେ ବର୍ତ୍ତମାନ ଏହି ଘଟଣା ଲୋକଲୋଚନକୁ ଆସିଛି। ଦୀର୍ଘ ୨୮ ବର୍ଷ ପରେ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ମା’ ଓ ପୁଅ ନାଁରେ ଏତଲା ରୁଜୁ ହୋଇଛି। ଘଟଣାଟି ପଞ୍ଜାବର। ଯେଉଁ ବିମାନଘାଟି କଥା କୁହାଯାଉଛି ତାହା ପଞ୍ଜାବର ଫତୁଆଲା ଗ୍ରାମରେ ରହିଛି।

୨ୟ ବିଶ୍ଵଯୁଦ୍ଧ ସମୟରେ ଭାରତୀୟ ବାୟୁସେନା ଏହି ବିମାନଘାଟିକୁ ବ୍ୟବହାର କରିଥିଲା। ଏହା ପରେ ୧୯୬୨, ୧୯୬୫ ଏବଂ ୧୯୭୧ ଯୁଦ୍ଧ ସମୟରେ ବି ବାୟୁସେନା ପାଇଁ ଏହା ଏକ ଗୁରୁତ୍ଵପୂର୍ଣ୍ଣ ବିମାନଘାଟି ରହିଥିଲା। ଫିରୋଜପୁରର ଉଷା ଅନସାଲ ଏବଂ ତାଙ୍କ ପୁଅ ନବୀନ ଚାନ୍ଦ ରାଜସ୍ଵ ଅଧିକାରୀଙ୍କୁ ହାତ କରି ବିମାନଘାଟିର ଜାଲ କାଗଜପତ୍ର ତିଆରି କରି ୧୯୯୭ରେ ତାହାକୁ ବିକ୍ରି କରିଦେଇଥିବା ବର୍ତ୍ତମାନ ଜଣାପଡ଼ିଛି।

- Advertisement -

ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରାଜ୍ୟ ଭିଜିଲାନ୍ସ ବିଭାଗର ମୁଖ୍ୟ ନିର୍ଦେଶକଙ୍କୁ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ। ଭିଜିଲାନ୍ସ ପକ୍ଷରୁ ଗତ ୨୦ ତାରିଖରେ କୋର୍ଟରେ ରିପୋର୍ଟ ଦାଖଲ କରାଯିବା ପରେ ଏତଲା ରୁଜୁ ହୋଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories