କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଭାରତୀୟ ଜନତା ପାର୍ଟିର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସ୍ଥାନୀୟ ଶ୍ରୀ ହରିଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମକୁ କର୍ମୀ ମାନେ ପ୍ରୋଜେକ୍ଟର ମାଧ୍ୟମରେ ଶୁଣିଥିଲେ। ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷଣ ବାଗ, ମୁଖ୍ୟ ବକ୍ତା ଭାବେ ପୂର୍ବ ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ସଂମାନିତ ଅତିଥି ଭାବେ ଘାସିରାମ ଜୈନ, ପୂର୍ବ ନଗର ସଭାପତି ବେଦବ୍ୟାସ ନାଗ, ନୀଳକଣ୍ଠ ଶତପଥୀ, ଜଗନ୍ନାଥ ନାଗ ପ୍ରମୁଖ ମଂଚସିନ ଥିଲେ।
କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ଭାରତୀୟ ଜନତା ପାର୍ଟିର ନୂତନ ନଗର କମିଟି ଗଠନ ହୋଇଛି। ଏଥିରେ ସଭାପତି ଭାବେ ଅଜିତ କଠାର, ସାଧାରଣ ସମ୍ପାଦକ ଭାବେ ନିଶିକାନ୍ତ ମହାପାତ୍ର ଓ ଧନଞ୍ଜୟ ରଣା ରହିଥିବା ବେଳେ ଉପସଭାପତି ଆଶୀଷ ଅଗ୍ରୱାଲ, ନୀଳକଣ୍ଠ ଶତପଥୀ, ଯୋଗେଶ ଅଗ୍ରୱାଲ, ସତ୍ତା ରାଉତ, ରାଜେଶ ସାଗର, ସମ୍ପାଦକ ଭାବେ ସୁମିତ ଶର୍ମା, ଗୋପାଳ ସୋନି, ନରେଶ ଭିତିରିଆ, ମଣ୍ଡଳ ଯୁବା ମୋର୍ଚ୍ଚା ସଭାପତି ଧର୍ମାନନ୍ଦ ଜୁଏଡ଼, ମହିଳା ମୋର୍ଚ୍ଚା ସଭାପତି ବିମଳା ନାଗ, କୃଷକ ମୋର୍ଚ୍ଚା ସଭାପତି କାଂହୁ ହାତୀ, ଓବିସି ମୋର୍ଚ୍ଚା ସଭାପତି ସୁଦର୍ଶନ ବାଗ, ଏସସି ମୋର୍ଚ୍ଚା ସଭାପତି ରାଜେଶ ସାଗରଙ୍କୁ ଚୟନ କରାଯାଇଛି। ଏହି ନୂତନ କମିଟି କଣ୍ଟାବାଞ୍ଜି ନଗର କମିଟିରେ ଭାରତୀୟ ଜନତା ପାର୍ଟିକୁ ଆହୁରି ସଦୃଢ କରିବେ ବୋଲି ବିଧାୟକ ଶ୍ରୀ ବାଗ କହିଛନ୍ତି।



