www.samajalive.in
Saturday, December 6, 2025
17.1 C
Bhubaneswar

ଇରାନ ପରମାଣୁ ଅସ୍ତ୍ର ରଖିପାରିବ ନାହିଁ: ଜି-୭ ଦେଶମାନଙ୍କ ବୟାନ ଉପରେ ଇରାନର ଜବାବ, ୟୁରାନିୟମ କାର୍ଯ୍ୟ ବନ୍ଦ ହେବ ନାହିଁ

ସମାଜ ଡିଜିଟାଲ ଡେସ୍କ: ଜି-୭ରେ ଅନ୍ତର୍ଭୁକ୍ତ ଦେଶଗୁଡିକ ଇରାନ ସହିତ ପରମାଣୁ ଚୁକ୍ତି ପାଇଁ ଆଲୋଚନା ପୁନଃ ଆରମ୍ଭ କରିବାକୁ ଦାବି କରିଛନ୍ତି । ସମସ୍ତ ୭ ସଦସ୍ୟ ରାଷ୍ଟ୍ର ପୁଣି ଥରେ ସେମାନଙ୍କର ବ୍ୟକ୍ତବ୍ୟ ଦୋହରାଇ କହିଛନ୍ତି ଯେ ଇରାନ କେବେ ହେଲେ ବି ପରମାଣୁ ଅସ୍ତ୍ର ରଖିପାରିବ ନାହିଁ ଏବଂ ଇରାନ ୟୁରାନିୟମ କାର୍ଯ୍ୟକଳାପ ବନ୍ଦ କରିବା ଉଚିତ । ଇସ୍ରାଏଲର ନିଜକୁ ରକ୍ଷା କରିବାର ପୂର୍ଣ୍ଣ ଅଧିକାର ରହିଛି । ଇସ୍ରାଏଲର ଉଦ୍ଦେଶ୍ୟକୁ ସେମାନେ ସମର୍ଥନ କରିଛନ୍ତି ।

ଜି-୭ ଦେଶଗୁଡିକର ବୟାନ ଉପରେ ଇରାନ କଡା ଜବାବ ରଖିଛି । ସେ ୟୁରାନିୟମ କାର୍ଯ୍ୟ ବନ୍ଦ କରିବ ନାହିଁ ବୋଲି କହିଛି । ପରମାଣୁ ଅପ୍ରସାର ଚୁକ୍ତିନାମା ଅନୁଯାୟୀ ଇରାନ ତା’ର ଅଧିକାର ବଜାୟ ରଖିବ । ଏକ ଅଧିକାର ଯାହାକୁ କୌଣସି ପରିସ୍ଥିତିରେ ଛଡାଇ ନିଆଯାଇପାରିବ ନାହିଁ ଏବଂ କାହାକୁ ହସ୍ତାନ୍ତର କରାଯାଇପାରିବ ନାହିଁ । ଜାତିସଂଘରେ ଇରାନର ରାଷ୍ଟ୍ରଦୂତ ଆମିର ସଇଦ ଇରାଭାନି ନିଶ୍ଚିତ କରିଛନ୍ତି ଯେ ବାହ୍ୟ ଚାପ ସତ୍ୱେ ଇରାନ ୟୁରାନିୟମ କାର୍ଯ୍ୟ ଜାରି ରଖିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଇରାନ ତା’ର ପରମାଣୁ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବାକୁ ପ୍ରସ୍ତୁତ, କିନ୍ତୁ କୌଣସି ନିଃସର୍ତ୍ତ ଆଲୋଚନା ହେବ ନାହିଁ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories