ରଣପୁରଗଡ: ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ରଣପୁର ଘୋଷଯାତ୍ରାରେ ଶ୍ରୀକ୍ଷେତ୍ର ଭଳି ସମସ୍ତ ନିତିକାନ୍ତି ଅନୁଷ୍ଠିତ ହୋଇଆସୁଛି। ଘୋଷଯାତ୍ରାରେ ହେରାପଞ୍ଚମୀ ଦିନ ମା’ ଲକ୍ଷ୍ମୀ ଶ୍ରୀମନ୍ଦିରରୁ ଛତିଶା ନିଯୋଗରେ ଚୈ।ଦୋଳ ବିମାନରେ ମହାପ୍ରଭୁଙ୍କ ଅନ୍ୱେଷଣରେ ହେରାଗଳି ଦେଇ ଗୁଣ୍ଡିଚା ରାଣୀ ମନ୍ଦିରକୁ ଯାଇଥାନ୍ତି। ପ୍ରଭୁଙ୍କୁ ଜନ୍ମବେଦୀରେ ଦେଖି ରୋଷ ବହି ଫେରି ଗୁଣ୍ଡିଚା ଖଳାରେ ଥିବା ନନ୍ଦିଘୋଷ ରଥ ଭାଙ୍ଗି ଶ୍ରୀମନ୍ଦିରକୁ ଫେରିଥାନ୍ତି।
କିଛି ପ୍ରଭାବଶାଳୀ ଲୋକ ହେରାଗଳିକୁ ଜବରଦଖଲ କରି ଗୃହ ନିର୍ମାଣ କରିଛନ୍ତି। ଯାହା ଫଳରେ ମା ଲକ୍ଷ୍ମୀ ଆଉ ହେରାଗଳି ଦେଇ ଯାଇ ପାରୁନାହାନ୍ତି। ଦେବୋତ୍ତର ଅଧିକାରୀ ତଥା ସ୍ଥାନୀୟ ତହସିଲଦାର ଡ଼ଃ ଆର୍ଯ୍ୟ କୁମାର ସର୍ଭଦମନ କୁହନ୍ତି ହେରାଗଳି ଜବରଦଖଲ ଉଚ୍ଛେଦ କରିବା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀଙ୍କ କାର୍ଯ୍ୟ। ଚଳିତବର୍ଷ ଆଉ ସମ୍ଭବ ନୁହେଁ। ଘୋଷଯାତ୍ରା ଶେଷ ପରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରି ଉଛେଦ ପାଇଁ ପଦକ୍ଷେପ ନିଆଯିବ।



