www.samajalive.in
Saturday, December 6, 2025
16.1 C
Bhubaneswar

ଜୁଲାଇ ୨ରୁ ୮ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜୁଲାଇ ୨ ତାରିଖରୁ ୮ ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଘାନାରୁ ଆରମ୍ଭ ହେବାକୁ ଥିବାବେଳେ ସେ ୫ଟି ଦେଶ ଗସ୍ତ କରିବେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ  ପ୍ରଥମ ଥାନା ଗସ୍ତ ଏବଂ ୩୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଘାନା ଗସ୍ତ କରୁଛନ୍ତି। ସେଠାରେ ସେ ଘାନାର ରାଷ୍ଟ୍ରପତିଙ୍କୁ ଭେଟି ଶକ୍ତି, ଅର୍ଥନୈତିକ , ପ୍ରତିରକ୍ଷା ଏବଂ ବିକାଶ ସହଯୋଗ ପ୍ରସଙ୍ଗରେ ଆଲୋଚନା କରିବେ। ପରେ ୩-୪ ତାରିଖରେ ତ୍ରିନିଦାଦ ଏବଂ ଟୋବାଗୋ ଗସ୍ତ କରିବେ ପିଏମ୍ ମୋଦୀ। ରାଷ୍ଟ୍ରପତି କ୍ରିଷ୍ଟିନ୍ ବାର୍ଲା କାଙ୍ଗାଲୁ ଏବଂ ପ୍ରଧାନମନ୍ତ୍ରୀ କମଲା ପ୍ରସାଦ ବିସେସାରଙ୍କୁ ଭେଟିବେ। ଏବଂ ସହସଦର ଏକ ମିଳିତ ଅଧିବେଶନକୁ ସମ୍ବୋଧନ କରିପାରନ୍ତି। ସେହିପରି ଜୁଲାଇ ୪ ଏବଂ ୫ ତାରିଖରେ ଆର୍ଜେଣ୍ଟିନା ଗସ୍ତ କରି ରାଷ୍ଟ୍ରପତି ଜାଭିୟର ମାଇଲିଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା କରିବେ। ୫ ତାରିଖରେ ୧୭ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ପିଏମ୍। ଏହା ମୋଦୀଙ୍କର ଚତୁର୍ଥ ବ୍ରାଜିଲ୍ ଗସ୍ତ ହେବ। ଶେଷରେ ଜୁଲାଇ ୯ ତାରିଖରେ ନାମିବ୍ୟା ଗସ୍ତରେ ଯିବେ ପିଏମ ମୋଦୀ। ଏହି ସମୟରେ ସେ ଦେଶର ରାଷ୍ଟ୍ରପତି ନେତୁମ୍ବୋ ନଦୀ ନଦାଇଟ୍ବ ଙ୍କୁ ଭେଟିବେ। ଏବଂ ନାମିବ୍ୟାର ପ୍ରଥମ ରାଷ୍ଟ୍ରପତି ଡକ୍ଟର ସାମ ନୁଜୋମାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories