www.samajalive.in
Saturday, December 6, 2025
14.1 C
Bhubaneswar

ଜନତାଙ୍କ ଟଙ୍କାର ଅପଚୟ ଅଭିଯୋଗ – ହୀରାଖଣ୍ଡ ନାଗରିକ ପରିଷଦ

ସମ୍ବଲପୁର: ସମ୍ବଲପୁରର ଭଳି ଐତିହ୍ୟ ସମ୍ପନ୍ନ ସହରକୁ ପରିଷ୍କାର ଓ ପରିଚ୍ଛନ୍ନତା ନାମରେ ପ୍ରହସନ ଚାଲିଛି ବୋଲି ଜନତା ଅଭିଯୋଗ କରିଛନ୍ତି। ବିଗତ ବିଧାନସଭାରେ ତତ୍କାଳୀନ ରେଙ୍ଗାଲି ବିଧାୟକ ନାଉରୀ ନାଏକ ସମ୍ବଲପୁର ମହାନଗର ନିଗମର ସ୍ୱଚ୍ଛତା ପାଇଁ କେତେ ରାଜସ୍ୱ ଖର୍ଚ୍ଚ କରାଯାଉଥିବା ପ୍ରଶ୍ନର ଉତ୍ତରରେ ତତ୍କାଳୀନ ସରକାର ପ୍ରତି ମାସ କେବଳ ମହାନଗର ନିଗମ ଅଞ୍ଚଳରେ ୪ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଖର୍ଚ୍ଚ କରୁଥିବାର ଦର୍ଶାଇଥିଲେ। ଏତେ ବିପୁଳ ପରିମାଣରେ ରାଜସ୍ୱ ଖର୍ଚ୍ଚ କରିବା ସତ୍ୱେ କିନ୍ତୁ ନିଗମ ଅଞ୍ଚଳର ପରିମଳ ବ୍ୟବସ୍ଥା ସୁଧରିବା ପରିବର୍ତ୍ତେ ଦିନକୁ ଦିନ ଉତ୍କଟ ଓ ଦୟନୀୟ ହେବାରେ ଲାଗିଛି। ସମ୍ବଲପୁର ସହର ସମେତ ସମଗ୍ର ନିଗମ ଅଞ୍ଚଳର ଯେଉଁ ଆଡେ ଦେଖିଲେ କୁଢ଼ କୁଢ଼ ଆବର୍ଜନା ପଡ଼ି ରହି ଦୂଷିତ ପରିବେଶ ସୃଷ୍ଟି କରୁଛି। ଉଦାହରଣ ସ୍ୱରୂପ ସମ୍ବଲପୁରର ପ୍ରମୁଖ ବ୍ୟସ୍ତତମ ତଥା ଜନବହୁଳ ଅଞ୍ଚଳ ଜଗନ୍ନାଥ କଲୋନୀରୁ ଏସଆରଆଇଟି କଲୋନୀ ମଧ୍ୟରେ ରହି ଅଞ୍ଚଳରେ ସ୍ୱଚ୍ଛତା ନାମରେ କିଛି କରାଯାଉ ନ ଥିବାରୁ ରାସ୍ତାଘାଟ ଆଦି ବିଭିନ୍ନ ଅଞ୍ଚଳରେ ଆବର୍ଜନା ଗୁଡିକ ପଡ଼ି ରହିବା ସହିତ ବୁଲା ପଶୁ ଓ ପକ୍ଷୀ ମାନେ ସମସ୍ତ ଆବର୍ଜନା ଗୁଡିକୁ ଏଣେ ତେଣେ ଫିଙ୍ଗି ଦେଉଥିବାରୁ ଅଞ୍ଚଳ ସବୁ ଦିନ ଦୂଷିତମୟ ରହୁଛି। ବୁଢ଼ାରଜା ରୁ ଅଇଁଠାପାଲି ମୁଖ୍ୟ ରାସ୍ତା କଡରେ ମଧ୍ୟ ଆବର୍ଜନା ଡମ୍ଫିଂ କରାଯାଉଥିବା ବେଳେ ସେଗୁଡିକୁ ସଫେଇ ମଧ୍ୟ କରାଯାଉ ନାହିଁ। ଏଣୁ ଲୋକେ ବାଧ୍ୟ ହୋଇ ନାକ ଚାପି ଉକ୍ତ ଦୂଷିତ ପରିବେଶ ମଧ୍ୟରେ ରାସ୍ତାରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି।

ଏ ସମ୍ପର୍କରେ ସହରର ଅନ୍ୟତମ ପୁରାତନ ଅନୁଷ୍ଠାନ ହୀରାଖଣ୍ଡ ନାଗରିକ ପରିଷଦ ପକ୍ଷରୁ କୁହାଯାଇଛି ଯେ, ସମ୍ବଲପୁରରେ ଜନତାଙ୍କ ଦ୍ୱାରା କଷ୍ଟାର୍ଜିତ ଧନରୁ ପଇଠ କରାଯାଉଥିବା ରାଜସ୍ୱର ଅପଚୟ ବହୁଳ ରୂପେ କରାଯାଉଛି। ଯଦି ଏଭଳି ଏକ ବ୍ୟସ୍ତତମ ତଥା ସହରର ପ୍ରମୁଖ ପ୍ରବେଶ ଦ୍ୱାରା ରୂପେ ପରିଚିତ ମୁଖ୍ୟ ରାସ୍ତା କଡରେ ଅବସ୍ଥା ରହିଛି, ତାହା ହେଲେ ନିଗମ ଅନ୍ତର୍ଗତ ଅନ୍ୟ ଗଳିକନ୍ଦି, ପଡ଼ା, ଦୂରଦୁରାନ୍ତ ଅଞ୍ଚଳ ଗୁଡିକର ପରିମଳ ବ୍ୟବସ୍ଥା ସମ୍ପର୍କ ନ କହିବା ଭଲ। ଜନତାଙ୍କ ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ କାର୍ଯ୍ୟାନ୍ୱୟନ କରାଯାଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପୁର୍ବରୁ ଜନତା ତଥା ବିଭିନ୍ନ ଅନୁଷ୍ଠାନ ଗୁଡିକ ସହିତ କୌଣସି ପରାମର୍ଶ କରାଯାଉ ନ ଥିବାରୁ ଜନତାଙ୍କ ଦ୍ୱାରା ପ୍ରଦତ୍ତ ରାଜସ୍ୱ ଗୁଡିକ ଅପଚୟ ହେଉଛି ଏବଂ ଯୋଜନା ଗୁଡିକ ବାଟବଣା ହୋଇଯାଉଛି। ହୀରାଖଣ୍ଡ ନାଗରିକ ପରିଷଦ ଭଳି ଅନେକ ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜରିଆରେ ସମ୍ବଲପୁରର ବରିଷ୍ଠ ତଥା ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି ବିଶେଷ ମାନେ ସ୍ୱତଃ ପ୍ରବୃତ୍ତ ରୂପେ ନିଜକୁ ସମାଜସେବାରେ ନିୟୋଜିତ କରିଥିବା ବେଳେ କିନ୍ତୁ ନିଗମ ପକ୍ଷରୁ ଜନସାଧାରଣଙ୍କ ପାଇଁ କୌଣସି ପ୍ରକଳ୍ପର ପରିକଳ୍ପନା ସମୟରେ ସାଧରଣ ଜନତା କିମ୍ବା ଅଭିଜ୍ଞ ବ୍ୟକ୍ତି କିମ୍ବା ଅନୁଷ୍ଠାନ ମାନଙ୍କ ନିକଟରୁ କୌଣସି ପ୍ରସ୍ତାବ ଅଥବା ଚର୍ଚ୍ଚା କରୁ ନାହିଁ। ସମ୍ବଲପୁରର ଅସ୍ମିତା ଓ ବିକାଶ ସହିତ ସମ୍ବନ୍ଧିତ କାର୍ଯ୍ୟ ଗୁଡିକରେ ଏଭଳି ସ୍ୱେଚ୍ଛାଚାରିତାକୁ ନେଇ ବୁଦ୍ଧିଜୀବୀ ମହଲରେ ଗଭୀର ଚିନ୍ତା ପ୍ରକଟ କରାଯାଉଛି। ଏଣୁ ଜନତାଙ୍କ ରାଜସ୍ୱ ଅର୍ଥର ସୁଦଉପଯୋଗ କରାଯାଇ ସମସ୍ତଙ୍କ ନେଇ ସରକାର ଓ ପ୍ରଶାସନ ଚାଲନ୍ତୁ ବୋଲି ପରିଷଦର ସଭାପତି ନନ୍ଦକିଶୋର ଦେବତା କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories