www.samajalive.in
Saturday, December 6, 2025
19.1 C
Bhubaneswar

ଶିକ୍ଷାନୁଷ୍ଠାନରେ ପଦ ଅଳଙ୍କରଣ ସମାରୋହ

ସମ୍ବଲପୁର: ସୋମବାର ଶାସନସ୍ଥିତ ବିକାଶ ଦ କନ୍‌‌ସେପ୍ଟ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପଦ ଅଳଙ୍କରଣ ସମାରୋହ -୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ସର୍ବ ପ୍ରଥମେ ଅଗ୍ରପୂଜ୍ୟ ଗଣେଶ, ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ତଥା ବିଦ୍ୟାଦାତ୍ରୀ ସରସ୍ୱତୀଙ୍କୁ ପୁଷ୍ପମାଲ୍ୟାର୍ପଣ କରି ଦ୍ୱୀପ ପ୍ରଜ୍ୱଳନ କରାଯାଇଥିଲା। ବିକାଶ ଦ କନ୍‌‌ସେପ୍ଟ ସ୍କୁଲର ଅଧ୍ୟକ୍ଷ ମନୋରଂଜନ ପତି ସ୍ୱାଗତ ଭାଷଣ ଦେଇ ଛାତ୍ର ପରିଷଦର ଚୟନ ପ୍ରକ୍ରିୟା ତଥା ଛାତ୍ରଛାତ୍ରୀଙ୍କ ଭୂମିକା ଏବଂ ଦାୟିତ୍ୱ ବିଷୟରେ ନିଜ ବକ୍ତବ୍ୟ ଦେଇଥିଲେ। ବିଦ୍ୟା ବିକାଶ ଗ୍ରୁପ୍‌‌ର ଚେୟାରମେନ୍‌‌ ତଥା ଏମ୍‌‌ଡି ଜି. ଭାସ୍କର ରାଓ ଓ ଏକ୍‌‌ଜିକ୍ୟୁଟିଭ୍‌‌ ଡାଇରେକ୍ଟର ଜି. ରାମକ୍ରିଷ୍ଣା, ନୂତନ ସଦନ ଗୁଡ଼ିକର ନାମକରଣ ତଥା ନୂତନ ପତାକା ଗୁଡ଼ିକର ଉନ୍ମୋଚନ କରିବା ସହିତ ଚଳିତ ବର୍ଷର ଛାତ୍ର ପରିଷଦର ସଭ୍ୟ, ହେଡ୍‌‌ ବୟ, ହେଡ୍‌‌ ଗାର୍ଲ, ଡେପୁଟି ହେଡ୍‌‌ ବୟ, ଡେପୁଟି ହେଡ୍‌‌ ଗାର୍ଲ, ହାଉସ୍‌‌ ପ୍ରିଫେକ୍ଟ, ଭାଇସ୍‌‌ ପ୍ରିଫେକ୍ଟ୍‌‌, ହାଉସ ମେଂଟର୍‌‌, ହଷ୍ଟେଲ ପ୍ରିଫେକ୍ଟ, ବିଭିନ୍ନ କ୍ଲବ୍‌‌ ତଥା ସ୍କୁଲ ଲିଡର୍‌‌ସିପ୍‌‌ ଟିମ୍‌‌ର ନାମ ଘୋଷଣା କରି ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଫଳକ(ବ୍ୟାଚ୍‌‌) ପ୍ରଦାନ କରିଥିଲେ। ସବୁଜ ରଙ୍ଗଧାରୀ ସଦନକୁ ଓରିଅନ୍‌‌, ନାଲି ରଙ୍ଗଧାରୀ ସଦନକୁ ଏକ୍ୱିଲା, ନୀଳ ରଙ୍ଗଧାରୀ ସଦନକୁ ଡ୍ରାକୋ ଏବଂ ହଳଦିଆ ରଙ୍ଗଧାରୀ ସଦନକୁ ସିଗ୍‌‌ନସ୍‌‌ ନାମରେ ନାମିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପଦବୀରେ ଅଳଙ୍କୃତ କରାଯାଇଥିଲା।

ବିଦ୍ୟା ବିକାଶ ଗ୍ରୁପ୍‌‌ର ମୁଖ୍ୟ ପ୍ରଶାସନିକ ଅଧିକାରୀ ସଞ୍ଜୀବ କୁମାର ବାବୁ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ବ୍ୟାଚ୍‌‌ ପ୍ରଦାନ କରି ଲିଡର୍‌‌ସିପ୍‌‌ର ଭୂମିକା ବିଷୟରେ ଅବଗତ କରିଥିଲେ। ବିଦ୍ୟା ବିକାଶ ଗ୍ରୁପ୍‌‌ର ଏକାଡେମିକ୍‌‌ ଏଡ୍‌‌ଭାଇଜର୍‌‌ ନବୀନ ଶର୍ମା, ବିକାଶ ସିନିୟର ସେକଣ୍ଡାରୀ ସ୍କୁଲର ଅଧ୍ୟକ୍ଷା ଡ. ପୁଷ୍ପିତା ପଣ୍ଡା, ନର୍ସିଂ କଲେଜର ଅଧ୍ୟକ୍ଷ ଈଶ୍ୱର ନାଗ, ବିକାଶ ହାଇୟର ସେକଣ୍ଡାରୀ ସ୍କୁଲର ଇନ୍‌‌ଚାର୍ଜ ଅଧ୍ୟକ୍ଷ ଡ. ଦିବ୍ୟସିଂହ ମହାନ୍ତ ଉପସ୍ଥିତ ରହି ଛାତ୍ର ପରିଷଦର ନାମ ଘୋଷଣା କରିବା ସହ ବ୍ୟାଚ୍‌‌ ପ୍ରଦାନ କରିଥିଲେ। ବିଦ୍ୟାଳୟର ସଂଗୀତ ଶିକ୍ଷକ ଲବ ଭୂୟାଁ ଓ ଖେଳ ଶିକ୍ଷକ ପ୍ରେମରାଜ ବଘାର ଏବଂ ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ବିକାଶ ଦ କନ୍‌‌ସେପ୍ଟ ସ୍କୁଲର ଉପାଧ୍ୟକ୍ଷ ଯଶୱନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories