ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। ଆଜି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧିନ ବ୍ରାହ୍ମଣିଆପଲ୍ଲୀ ଗାଁରେ ଜଣଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୃତକ ଏ. ଲାଚ୍ଛେୟା ପାତ୍ର ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଗାଁ ନିକଟରେ ଥିବା ରେଳ ଫାଟକ ନିକଟରେ ୭ ରୁ ୮ ଜଣ ବ୍ୟକ୍ତି କୌଣସି ଏକ କାରଣ କୁ ନେଇ ଲାଚ୍ଛେୟାଙ୍କୁ ମାଡ ମାରୁଥିଲେ। ଏ ନେଇ ସୂଚନା ପାଇ ବାପା ଏ. ଦିଲୁ ପାତ୍ର ଘଟଣା ସ୍ଥଳକୁ ଯାଇ ତାକୁ ଉଦ୍ଧାର କରିଥିଲେ। ପରେ ତାକୁ ଛତ୍ରପୁର ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ଚିକିତ୍ସାଧିନ ଅବସ୍ଥାରେ ଲାଚ୍ଛେୟାଙ୍କର ମୃତ୍ୟୁ ଘଟିଥିଲା। ପରେ ଘଟଣା କୁ ନେଇ ମୃତକ ଙ୍କ ବାପା ଛତ୍ରପୁର ଥାନାରେ ଅଭିଯୋଗ କରିବା ସହ ଅଭିଯୁକ୍ତ ମାନଙ୍କ ନାମ ଉଲ୍ଲେଖ କରିଛନ୍ତି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
Popular Categories



