www.samajalive.in
Saturday, December 6, 2025
15.1 C
Bhubaneswar

ୟୁକ୍ରେନ ଉପରେ ରୁଷର ସବୁଠୁ ବଡ଼ ଆକ୍ରମଣ

ସମାଜ ଡିଜିଟାଲ ଡେସ୍କ: ୟୁକ୍ରେନ ଉପରେ ରୁଷ ପୁଣି ଥରେ ଆକ୍ରମଣ କରିଛି। ଶନିବାର ରାତିରେ ରୁଷ ପକ୍ଷରୁ ଏକ ବଡ଼ ଧରଣର ଆକ୍ରମଣ କରାଯାଇଛି। ଏହା ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ଆକ୍ରମଣ ବୋଲି ୟୁକ୍ରେନ କହିଛି। ରୁଷ ଏକକାଳୀନ ୪୭୭ଟି ଡ୍ରୋନ ଏବଂ ୬୦ଟି କ୍ଷେପଣାସ୍ତ୍ର ଦ୍ଵାରା ଆକ୍ରମଣ କରିଛି। ସେଥିମଧ୍ୟରୁ ୨୪୯ଟିକୁ ନିଷ୍ଫଳ କରିଦିଆଯାଇଛି ବୋଲି ୟୁକ୍ରେନ କହିଛି। ୨୨୬ଟି ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଲକ୍ଷ୍ୟ ଭେଦ କରିଥିବା କୁହାଯାଇଛି।

ୟୁକ୍ରେନ ବାୟୁସେନାର ଯୋଗାଯୋଗ ମୁଖ୍ୟ ୟୁରି ଇହ୍ନାଟ କହିଛନ୍ତି, ରୁଷର ଏହି ସଦ୍ୟତମ ଆକ୍ରମଣ ସୁବଠୁ ବଡ଼ ଥିଲା। ୟୁକ୍ରେନର ବିଭିନ୍ନ ଅଞ୍ଚଳକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଥିଲା। ଚେରକାସୀରେ କ୍ଷେପଣାସ୍ତ୍ର ମାଡ଼ ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଶିଶୁ ସମେତ ୬ ଜଣ ଆହତ ହୋଇଛନ୍ତି। ସେହିପରି ଖାରକିଭ ଅଞ୍ଚଳରେ ଆକ୍ରମଣ ଯୋଗୁ ୧୮ଟି ଆପାର୍ଟମେଣ୍ଟ ଏବଂ ୧୩ଟି ଘର କ୍ଷତିଗ୍ରସ୍ତ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories