www.samajalive.in
Sunday, December 14, 2025
19.1 C
Bhubaneswar

ମିଲର୍ସ ଓ ମଣ୍ଡି କର୍ମଚାରୀଙ୍କ କୁଟ ଚକ୍ରାନ୍ତରେ ଅତିଷ୍ଠ ଚାଷୀ କର୍ମକାରୀଙ୍କୁ ଠୁଙ୍କିଲେ ତାଲା

ରେଙ୍ଗାଲିକ୍ୟାମ୍ପ: ଧାନ କିଣାବିକାରେ ସରକାରଙ୍କ ଅଣଦେଖା ଯୋଗୁଁଁ ଚାଷୀମାନଙ୍କ ଧାନ ବିକ୍ରିକୁ ନେଇ ଦିନକୁ ଦିନ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଧାନ କିଣାବିକାରେ ଗୋଟିଏ ମାସରୁ ଊର୍ଦ୍ଧ୍ବ ବିତି ଯାଇଥିଲେସୁଦ୍ଧା ମଣ୍ଡିମାନଙ୍କରେ ହଜାର ହଜାର ବସ୍ତା ଧାନ ପଡ଼ି ରହି ଅଚଳାବସ୍ଥା ଲାଗି ରହିଛି। ଝିଲି ମିଣ୍ଡା ଧାନକ୍ରୟ କେନ୍ଦ୍ରରେ ଚାଷୀଙ୍କ ପାଖରେ ୨୩/୨୪ ତାରିଖର ଟୋକନ୍ ଥିଲେ ମଧ୍ୟ ଧାନ ବିକ୍ରି କରି ପାରୁନାହାନ୍ତି। ଅଥଚ ୨୭/୨୮ ତାରିଖର ଟୋକନ କଟି ଯାଉଛି। ଆଗ ତାରିଖର ଟୋକନ ଅବଧି ସରିଗଲା ପରେ ତାକୁ ପୁଣି ବାର ଦ୍ବାର ସୁଣ୍ଢି ପିଣ୍ଡା ହେବାକୁ ପଡ଼ିବ ଧାନ ବିକ୍ରି ପାଇଁ। କିନ୍ତୁ ଚାଷୀଙ୍କୁ ହଇରାଣ କରିବାର ଜିଦ୍ ବାନ୍ଧିଲା ପରି ମଣ୍ଡି କର୍ମଚାରୀ ଓ ମିଲର୍ସମାନେ ମନ ଇଚ୍ଛା କାମ କରୁଛନ୍ତି। ଏହା ବ୍ୟତୀତ ମଣ୍ଡିରେ ୯ହଜାର କ୍ଵିଣ୍ଟାଲ ଧାନ ରହିଥିବାବେଳେ ମଣ୍ଡି ଅଧିକାରୀମାନେ ୭ ହଜାର କ୍ବିଣ୍ଟାଲର ଟ୍ୟାଗ୍ ଆସିଥିବା କହି ଆଉ ଧାନ କ୍ରୟ କରିବେ ନାହିଁ ବୋଲି ଚାଷୀଙ୍କୁ ମନା କରିଥିଲେ। ଯଦି ଧାନ କିଣିବେ ତେବେ କ୍ବିଣ୍ଟାଲ ପ୍ରତି ୧୦ ପ୍ରତିଶତ କଟା ଦରରେ। ତେଣୁ ଚାଷୀ ଅରାଜି ହୋଇ ଉତ୍ତେଜନା ସୃଷ୍ଟି ହୋଇଥିଲେ। ଚାଷୀ ତାଙ୍କର ଝାଳବୁହା ପରିଶ୍ରମର ଅମଳ ଏମିତି ଶାଗ ମାଛ ଦରରେ ଦେବେନାହିଁ ବୋଲି ଅଡି କର୍ମଚାରୀଙ୍କୁ କ୍ରୟ କେନ୍ଦ୍ରରେ ରଖି ବାହାରୁ ତାଲା ଠୁଙ୍କି ଦେଇଛନ୍ତି। ଯେପର୍ଯ୍ୟନ୍ତ ଧାନ କିଣାବିକା ସମସ୍ୟା ଦୂର ନ ହେବ ସେ ପର୍ଯ୍ୟନ୍ତ କ୍ରୟ କେନ୍ଦ୍ରକୁ ଅଚଳ କରି ଦିଆଯିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories