www.samajalive.in
Monday, December 15, 2025
17.1 C
Bhubaneswar

ଦାଦନ ଯାଇଥିଲେ ଦୁଷ୍ମନ୍ତ, ଗୁରୁତର ହୋଇ ଫେରିଲେ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ଅଞ୍ଚଳର ଯୁବକ ଦୁଷ୍ମନ୍ତ ଜାଲ କେରଳକୁ ଦାଦନ ଖଟିବାକୁ ଯାଇ ପଙ୍ଗୁ ହୋଇ ଘରକୁ ଫେରିଛନ୍ତି। ଚମ୍ପାଦେଇପୁର ପଞ୍ଚାୟତ ହରିହର ପୁର ଗାଁର ଯୁବକ ଦୁଷ୍ମନ୍ତ ପରିବାର ପ୍ରତିପୋଷଣ ପାଇଁ ଗତ ଏପ୍ରିଲ ୩୦ ତାରିଖରେ କେରଳ ରାଜ୍ୟର ମଙ୍ଗନୋର ଜିଲ୍ଲାର ଏନଆରଜି ମଙ୍ଗଲମ ଅଞ୍ଚଳରେ ଥିବା ପିଜେ ଇଣ୍ଟରପ୍ରାଇଜେସର ପଥର କୁଆଁରୀ କନଷ୍ଟ୍ରକସନ ନାମକ କଣ୍ଟ୍ରାକ୍ଟର ପାଖରେ ବ୍ଲାଷ୍ଟିଙ୍ଗ କାମ କରୁଥିଲେ। ଗତ ଜୁନ ୭ ତାରିଖରେ ଦୁଷ୍ମନ୍ତ ସବୁଦିନ ଭଳି କାମ କରୁଥିବା ସମୟରେ ତାଙ୍କ ହାତରେ ବ୍ଲାଷ୍ଟିଙ୍ଗ ହୋଇ ଯାଇଥିଲା। ଯାହା ଫଳରେ ଦୁଷ୍ମନ୍ତଙ୍କ ଡାହାଣ ହାତର ୪ ଓ ୫ ନମ୍ବର ଦୁଇଟି ଆଙ୍ଗୁଠି କଟି ଯାଇଥିବା ବେଳେ ଛାତି, ବାମ ଗୋଡରେ ଭୀଷଣ ଆଘାତ ଲାଗି ଗୁରୁତର ହୋଇ ପଡ଼ିଥିଲେ।

ପୁଲିସ ଭୟରେ ମାଲିକ ନିକଟସ୍ଥ ଡାକ୍ତରଖାନାରେ ଦୁଷ୍ମନ୍ତଙ୍କୁ ଚିକିତ୍ସା ନକରି ୬୦ କିମି ଦୂରରେ ଥିବା ଏକ ବେସରକାରୀ ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦୁଷ୍ମନ୍ତକୁ ଗୁରୁତର ଦେଖି ଏକ ମାସ ଡାକ୍ତରଖାନାରେ ରହିବାକୁ କହିଥିଲା। କିନ୍ତୁ ମାଲିକ ଜୁନ ୭ ତାରିଖରେ ଭର୍ତ୍ତି କରି ୧୪ ତାରିଖରେ ଡାକ୍ତରଙ୍କ ସହିତ କଥାବାର୍ତ୍ତା କରି ଦୁଷ୍ମନ୍ତ ମନା କରିବା ସତ୍ତ୍ୱେ ମଧ୍ୟ ଡିସଚାର୍ଜ କରି ଥିଲେ। ପରେ ଦୁଷ୍ମନ୍ତଙ୍କୁ ତମର ସବୁ ଖର୍ଚ୍ଚ ବହନ କରିବି କହି ୧୫ ତାରିଖରେ ଟ୍ରେନରେ ବସାଇ ଦେଇଥିଲେ। ଆଉ ଦୁଷ୍ମନ୍ତଙ୍କ ସହିତ ଯୋଗାଯୋଗ ରଖିଲେ ନାହିଁ। ଦୁଷ୍ମନ୍ତ ନିଜ ପାରିଶ୍ରମିକ ୧୭୫୦୦ ଟଙ୍କା ମଧ୍ୟ ଦେଇନଥିବା ପ୍ରକାଶ କରିଛନ୍ତି। ୧୬ ତାରିଖରେ ଦୁଷ୍ମନ୍ତ ନିଜ ଘରେ ପହଞ୍ଚିବା ପରେ ପ୍ରାଥମିକ ଚିକିତ୍ସା ପରେ ଜୁନ ୨୦ ତାରିଖ ଶୁକ୍ରବାର ଦିନ ଲାଞ୍ଜିଗଡ ବ୍ଳକ ଆଦିବାସୀ ସଭାପତି ଶୁକ୍ରୁ ମାଝୀ, ତୁଲେଶ୍ୱର ଜାଲ ସହିତ କଳାହାଣ୍ଡି ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳଙ୍କ ଦ୍ବାରସ୍ତ ହୋଇ ଘଟଣା ବିଷୟରେ ଜଣାଇଥିବା କହିଛନ୍ତି। ଜିଲ୍ଲା ଶ୍ରମ ଅଧିକାରୀ ଏନେଇ ଏକ ମାମଲା ରୁଜୁ କରି କ୍ରସର ମାଲିକଙ୍କୁ ଡକାଇ କ୍ଷତିପୂରଣ ଦେବା ପାଇଁ ଦୁଷ୍ମନ୍ତଙ୍କୁ କହିଥିବା ସେ ପ୍ରକାଶ କରିଛନ୍ତି। ଏନେଇ ଜିଲ୍ଲା ଶ୍ରମ ଅଧିକାରୀ ସୁବାଷ ଚନ୍ଦ୍ର ମଣ୍ଡଳଙ୍କୁ ଯୋଗାଯୋଗ କରିଥିବା ବେଳେ ତାଙ୍କ ଫୋନଟି ଅଫ ଥିବାରୁ ପ୍ରତିକ୍ରିୟା ମିଳି ପାରିନଥିଲା।

- Advertisement -

ଦୁଷ୍ମନ୍ତ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ବାପା ଟିକେରାମ ଜାଲ ୨୦୧୫ ମସିହାରେ ମୃତ୍ୟୁ ବରଣ କରିଥିବା ବେଳେ ବିଧବା ମା ଯଶୋଦା ଜାଲ ଅଛନ୍ତି। ସ୍ତ୍ରୀ ଲଳିତା ଜାଲ ସମେତ ଛୋଟ ଛୋଟ ତିନି ଶିଶୁ କନ୍ୟା ଅଛନ୍ତି। ପ୍ରଶାସନ ନିକଟରେ ସରକାରୀ ସହାୟତା ଯୋଗାଇଦେବା ପାଇଁ ଆକୁଳ ନିବେଦନ କରୁଛନ୍ତି l ତେବେ ଲାଞ୍ଜିଗଡ ଅଞ୍ଚଳରେ ବାରମ୍ବାର ଏଭଳି ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟୁଥିବା ବେଳେ କାମ ନପାଇ ବର୍ତ୍ତମାନ ମଧ୍ୟ ବ୍ଳକ ଅଞ୍ଚଳର ୧୦ ହଜାରରୁ ଅଧିକ ଦାଦନ ଶ୍ରମିକ ବିଭିନ୍ନ ରାଜ୍ୟରେ କାମ କରୁଥିବା ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories