www.samajalive.in
Thursday, December 11, 2025
14.1 C
Bhubaneswar

ବୈଦେଶ୍ୱର ଥାନା ଅଞ୍ଚଳରେ ପୁଣି ସିରିଜ୍ ଚୋରି

କଳାପଥର(ବାଙ୍କୀ): ବୈଦେଶ୍ୱର ଥାନା ଅଞ୍ଚଳରେ ପୁଣି ସିରିଜ୍ ଚୋରି। ଜଗନ୍ନାଥପୁର ଖଲିପଲ୍ଲୀ ଗ୍ରାମରେ ଉତ୍ପାତ କଲେଣି ଲୁଟେରା। ୨ ପରିବାର ଲୋକେ ଶୋଇଥିବାବେଳେ ୩ଘରୁ ଚୋରି କରି କଳାକନା ବୁଲାଇଲେ ଦୁର୍ବୃତ୍ତ। କବାଟ ଧଡ଼ା ଟେକି କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର। ପୂର୍ବରୁ ଜଗନ୍ନାଥପୁର ପଞ୍ଚାୟତ ଖଇରପଙ୍ଗା ଗ୍ରାମରେ ଡ୍ରାମା ଚାଲୁଥିଲାବେଳେ ଦୁର୍ବୃତ୍ତମାନେ ଘରେ ପଶି ଲୁଟ୍‌ କରିଥିଲେ। ଦୀର୍ଘ ୨୦ଦିନ ବିତି ଯାଇଥିଲେ ମଧ୍ୟ ବୈଦେଶ୍ୱର ପୁଲିସ ଏପର୍ଯ୍ୟନ୍ତ ଚୋରକୁ ଗିରଫ ନ କରିବା ନେଇ ଖଟିଆ ବୁଲାଉଥିଲେ ଗ୍ରାମବାସୀ। ୪ଜଣ କାର୍ଯ୍ୟରତ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ମାରଣାନ୍ତକ ଆକ୍ରମଣ ସହ ପୁଲିସ ଉପରକୁ ଢେଲା ମାଡ଼ କରିଥିଲେ ଖଇରପଙ୍ଗା ଗ୍ରାମବାସୀ। ଅନ୍ୟପଟେ ଖଲିପଲ୍ଲୀ ଗ୍ରାମର ୨ପରିବାରର ୩ଘରୁ ଚୋରିକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories