www.samajalive.in
Monday, December 8, 2025
13.1 C
Bhubaneswar

ରାସନ ପାଇଁ ଗେଟ୍‌ ଭାଙ୍ଗି ପଶିଲେ ଲୋକେ

ଛତିଶଗଡ : ଛତିଶଗଡର ଗରିଆବନ୍ଦ ଜିଲାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି,ଯାହା ହଇଚଇ ସୃଷ୍ଟି କରିଛି । ରାସନ୍‌ ଦୋକାନରେ ହଠାତ୍‌ ବଡ ଧରଣର ହଙ୍ଗାମା ଦେଖାଯାଇଥିଲା । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ଧୈର୍ଯ୍ୟ ହରା ହୋଇ ଲୋକେ ବନ୍ଦ ଥିବା ଗେଟ୍‌କୁ ଭାଙ୍ଗି ଭିତରେ ପ୍ରବେଶ କରିଥିଲେ । ଗତ ୩ ମାସ ହେବ ରାସନରେ ଚାଉଳ ନମିଳିଥିବାରୁ, ୩ ମାସର ରାସନ ମିଳିବାର ଖବର ପାଇବା ପରେ ପ୍ରବଳ ଭିଡ ଜମିଥିଲା । ଫଳରେ ଲୋକେ ଏକାଠି ଗେଟ୍‌ ଭାଙ୍ଗି ଅନିୟନ୍ତ୍ରିତ ହୋଇ ଭିତରେ ପଶିଥିଲେ । ରାସନ ପାଇଁ ଦୌଡାଦୌଡି ହେବା ସହ ଅନେକ ମହିଳା, ବୟସ୍କା ଓ ଶିଶୁ ତଳେ ପଡିଯାଇଥିଲେ । କିଛି ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି । କୁହାଯାଉଛି ଯେ ସର୍ଭର ବିଫଳତା, ଫିଙ୍ଗରପ୍ରିଣ୍ଟ ମିସମେଜ୍ ଏବଂ ଓଟିପି ସମସ୍ୟା ଭଳି ଯାନ୍ତ୍ରିକ ତ୍ରୁଟି ପ୍ରକ୍ରିୟାକୁ ଗୁରୁତର ଭାବରେ ଧୀର କରିଦେଇଛି। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ହେବା ମାତ୍ରେ ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଅନେକ ଦୋକାନରେ ସମାନ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। ଏହି ପ୍ରସଙ୍ଗରେ ପ୍ରଶାସନକୁ ପଚରାଯିବାରୁ ସେମାନେ କହିଥିଲେ ଯେ ସେମାନେ ଏହି ଘଟଣାର ତଦନ୍ତ କରିବେ ଏବଂ ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ।

ଦୀର୍ଘ ବର୍ଷ ପରେ ମହାଶକ୍ତିଶାଳୀ ଯୋଗ: ଏକାଠି ହେବେ ସୂର୍ଯ୍ୟ-ଶନି, ଏହି ରାଶିଙ୍କୁ କରିବେ ମାଲାମାଲ୍‌, ମିଳିବ ବଡ ସଫଳତା

ଦେଖନ୍ତୁ ଛାତିଥରା ଭିଡିଓ; ନଦୀରେ ନାବାଳକକୁ ଟାଣି ନେଲା କୁମ୍ଭୀର

- Advertisement -

ଇରାନ୍‌-ଇସ୍ରାଏଲ ଯୁଦ୍ଧ ; ଇସ୍ରାଏଲ୍‌କୁ କ୍ଷମା କରାଯିବା ନାହିଁ- ଖାମନେଇ

 

Hot this week

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

Related Articles

Popular Categories