କଳାପଥର(ବାଙ୍କୀ): ବୈଦେଶ୍ୱର ଥାନା ଅଞ୍ଚଳରେ ପୁଣି ସିରିଜ୍ ଚୋରି। ଜଗନ୍ନାଥପୁର ଖଲିପଲ୍ଲୀ ଗ୍ରାମରେ ଉତ୍ପାତ କଲେଣି ଲୁଟେରା। ୨ ପରିବାର ଲୋକେ ଶୋଇଥିବାବେଳେ ୩ଘରୁ ଚୋରି କରି କଳାକନା ବୁଲାଇଲେ ଦୁର୍ବୃତ୍ତ। କବାଟ ଧଡ଼ା ଟେକି କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର। ପୂର୍ବରୁ ଜଗନ୍ନାଥପୁର ପଞ୍ଚାୟତ ଖଇରପଙ୍ଗା ଗ୍ରାମରେ ଡ୍ରାମା ଚାଲୁଥିଲାବେଳେ ଦୁର୍ବୃତ୍ତମାନେ ଘରେ ପଶି ଲୁଟ୍ କରିଥିଲେ। ଦୀର୍ଘ ୨୦ଦିନ ବିତି ଯାଇଥିଲେ ମଧ୍ୟ ବୈଦେଶ୍ୱର ପୁଲିସ ଏପର୍ଯ୍ୟନ୍ତ ଚୋରକୁ ଗିରଫ ନ କରିବା ନେଇ ଖଟିଆ ବୁଲାଉଥିଲେ ଗ୍ରାମବାସୀ। ୪ଜଣ କାର୍ଯ୍ୟରତ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ମାରଣାନ୍ତକ ଆକ୍ରମଣ ସହ ପୁଲିସ ଉପରକୁ ଢେଲା ମାଡ଼ କରିଥିଲେ ଖଇରପଙ୍ଗା ଗ୍ରାମବାସୀ। ଅନ୍ୟପଟେ ଖଲିପଲ୍ଲୀ ଗ୍ରାମର ୨ପରିବାରର ୩ଘରୁ ଚୋରିକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।
Popular Categories



