ସମାଜ ଡିଜିଟାଲ ଡେସ୍କ: ଷ୍ଟୁଆର୍ଟ ସ୍କୁଲଠାରେ ଅନ୍ତର୍ଜାତୀୟ ଯୋଗ ଓ ବିଶ୍ୱ ସଙ୍ଗୀତ ଦିବସ ପାଳିତ ହୋଇଯାଇଛି। ସ୍କୁଲ ଅଧ୍ୟକ୍ଷ ରସ୍ମିରେଖା ସେନାପତି ଓ ଉପାଧ୍ୟକ୍ଷ ମଧୁସ୍ୱନି ପରମାଣିକଙ୍କ ମାର୍ଗଦର୍ଶନରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ଯୋଗ ପ୍ରଦର୍ଶନ କରିବା ସହ ଯୋଗର ଉପକାରିତା ବିଷୟରେ ଆଲୋଚନା କରିଥିଲେ। ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀମାନେ ବାଦ୍ୟଯନ୍ତ୍ର ସଙ୍ଗୀତ, କଣ୍ଠ ସଙ୍ଗୀତ ଓ ସମବେତ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଉତ୍ସବରେ ମୁଖ୍ୟଅତିଥି ସମାଜ ସେବୀ ମଳୟ ମହାପାତ୍ର ଓ ସମ୍ମାନିତ ଅତିଥି ବିଶିଷ୍ଟ ସଙ୍ଗୀତଜ୍ଞ ଅନ୍ନଦା ପ୍ରସନ୍ନ ପଟ୍ଟନାୟକ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ସଙ୍ଗୀତ ଶିକ୍ଷକ ଶ୍ରୀକାନ୍ତ କୁମାର ନନ୍ଦଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା କଳା ପ୍ରତିଭାର ବିକାଶ ଓ ଉତ୍ସାହ ପ୍ରଦାନ ପାଇଁ ଏପରି ଉତ୍ସବ ଜରୁରୀ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।
Popular Categories



