ଫୁଲବାଣୀ: ଫୁଲବାଣୀ କୋରୋନେସନ୍ ପଡ଼ିଆରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ବ୍ୟାପକ ପ୍ରସାର ପ୍ରସାର କରି ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ ଏବଂ ଯୋଗର ଉପଯୋଗୀତା ବିଷୟରେ ଜାଣି ଏହାକୁ ଏକ ଦୈନନ୍ଦିନ ଅଭ୍ୟାସ ଭାବେ ଗ୍ରହଣ କରିବା ପାଇଁ ଶପଥ ପାଠ କରାଇଥିଲେ।
ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଏବଂ ଜି ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ, ଆରକ୍ଷୀ ଅଧୀକ୍ଷକ ହରିଶ ବି. ସି, ମଧ୍ୟ ଯୋଗର ଉପକାରିତା ବିଷୟରେ ଆଲୋଚନା କରିବା ସହିତ ଏହାକୁ ନିତିଦିନିଆ ଜୀବନରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ। ଯୋଗଗୁରୁ ପ୍ରଶାନ୍ତ କୁମାର ଦାସ ଯୋଗ ଅଭ୍ୟାସ ପରିଚାଳନା କରିଥିଲେ।



