www.samajalive.in
Sunday, December 14, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ: ବେଲୁନରେ ଉଡ଼ି ମଜା ନେବା ବେଳେ ନିଆଁ ଲାଗି ୮ ମୃତ, ୧୩ ଆହତ

ସମାଜ ଡିଜିଟାଲ ଡେସ୍କ: ହଟ୍ ଏୟାର ବେଲୁନ(ଉଷ୍ମ ବାୟୁରେ ଉଡ଼ୁଥିବା ବେଲୁନ)ରେ ବସି ଆକାଶରେ ଉଡ଼ି ମଜା ନେଉଥିଲେ ପର୍ଯ୍ୟଟକ। ହେଲେ ବେଲୁନରେ ନିଆଁ ଲାଗିଯିବାରୁ ଚାଲିଗଲା ୮ ଜଣଙ୍କ ଜୀବନ। ଅନ୍ୟ ୧୩ ଜଣ ଏହି ଘଟଣାରେ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ବ୍ରାଜିଲରେ। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି।

ସୂଚନା ଅନୁସାରେ, ଶନିବାର ସକାଳେ ୨୧ ଜଣ ପର୍ଯ୍ୟଟକ ସାଣ୍ଟା କାଟାରିନା ରାଜ୍ୟର ପ୍ରେଇଆ ଗ୍ରାଣ୍ଡେ ସହରରେ ହଟ୍‌ ଏୟାର ବେଲୁନରେ ବସି ଆକାଶରେ ଉଡ଼ି ମଜା ନେଉଥିଲେ। କୌଣସି କାରଣରୁ ବେଲୁନରେ ନିଆଁ ଲାଗିଯାଇଥିଲା। କ୍ଷଣିକ ମଧ୍ୟରେ ବେଲୁନଟି ନିଆଁ ପିଣ୍ଡୁଳା ପାଲଟିଯିବା ସହିତ ବହୁ ଉଚ୍ଚତାରୁ ତଳକୁ ଖସିପଡ଼ିଥିଲା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଚିକିତ୍ସା ଚାଲିଥିବା ସାଣ୍ଟା କାଟାରିନାର ସାମରିକ ଅଗ୍ନିଶମ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories