www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରଭୁଜୀରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ଏବଂ ହଟ୍ଟଯୋଗ ଶିକ୍ଷାକେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର ଭି.ଏସ୍‌.ଏସ୍‌ ନଗର ସ୍ଥିତ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଅଛି । ଶିକ୍ଷାନୁଷ୍ଠାନର କୋଷାଧ୍ୟକ୍ଷ  ଶୋଭାକର ଦାସ ଫତେସିଂହ ଯୋଗ ସାଧନାକୁ ଅଧିକ ଜନପ୍ରିୟ କରାଇବା ଉଦ୍ଦେଶ୍ୟରେ ପ୍ରଭୁଜୀ ପରିସରରେ ହଟ୍ଟଯୋଗ ଶିକ୍ଷାକେନ୍ଦ୍ରକୁ ଉଦ୍‌ଘାଟିତ କରି ଯୋଗ ଶରୀର – ମନ – ପ୍ରାଣ ଓ ଆତ୍ମା ଭିତରେ ଏକ ସମନ୍ୱୟ ଆଣିବା ସହିତ ଆମକୁ ଦୀର୍ଘଜୀବୀ କରାଇବାରେ ସାହାଯ୍ୟ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ ।

ଉପସ୍ଥିତ ଅଭିଭାବକ ମାନଙ୍କୁ ଯୋଗ ଶିକ୍ଷାକେନ୍ଦ୍ରରେ ଯୋଗ ଦେଇ ନିଜକୁ ନୀରୋଗ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଶିକ୍ଷାକେନ୍ଦ୍ର ବିନାଦେୟରେ ଉଭୟ ସକାଳ ଓ ସନ୍ଧ୍ୟା ସମୟରେ ବିଦ୍ୟାଳୟର ଆଗ୍ରହୀ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍ଥାନୀୟ ଅଧିବାସୀ ଯୋଗ ଶିକ୍ଷା କରି ନିଜକୁ ସୁସ୍ଥ ଓ ନିରାମୟ ରଖିପାରିବେ । ବିଦ୍ୟାଳୟର ପ୍ରତିଷ୍ଠାତା ଓ ଆନ୍ତର୍ଜାତିକ ସ୍ତରରେ ଖ୍ୟାତିଲାଭ କରିଥିବା ବିଶିଷ୍ଟ କ୍ରିୟାଯୋଗୀ ସ୍ୱାମୀ ଶଙ୍କରାନନ୍ଦ ଗିରି ମହାରାଜ ଯୁଦ୍ଧ ଓ ବିଭୀଷିକାମୟ ପୃଥିବୀରେ ଯୋଗ ହିଁ ଏକମାତ୍ର ଔଷଧି ସମଗ୍ର ପୃଥିବୀରେ ଶାନ୍ତି ଓ ମୈତ୍ରୀ ଆଣିପାରିବ ବୋଲି ମତ ଦେଇଥିଲେ ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories