www.samajalive.in
Monday, December 15, 2025
17.1 C
Bhubaneswar

ବ୍ଲକ ସ୍ତରରେ ଅନ୍ତର୍ଜାତୀୟ ୧୧ତମ ଯୋଗ ଦିବସ ପାଳିତ

ଗୋପାଳପୁର: ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ଲକ୍ଷ୍ୟରେ ଆଜି ସାରା ବିଶ୍ୱରେ ଆୟୋଜିତ ହୋଇଛି ଆନ୍ତର୍ଜାତିକ ଯୋଗ ଦିବସ। ଏହି କ୍ରମରେ ରଙ୍ଗେଇଲୁଣ୍ଡା ବ୍ଲକ କନିସି ବାଲାଜୀ ବିଦ୍ୟାପୀଠ ଖେଳ ପଡିଆ ଠାରେ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ଶନିବାର ଦିନ ପାଳିତ ହୋଇଯାଇଛି। ଯୋଗ ଦିବସରେ ମୁଖ୍ୟ ଅତିଥି ଭାବେ ଗୋପାଳପୁର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ଯୋଗଦାନ କରି ତାଙ୍କ ବକ୍ତବ୍ୟରେ ଅବଗତ କରାଇ ଥିଲେ ଯେ, ୨୦୧୫ ମସିହା ଜୁନ ୨୧ ତାରିଖରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇ ଥିଲା ଓ ସେହିଦିନ ଠାରୁ ଏହି ଦିବସ ପାଳିତ ହୋଇ ଆସୁଛି। ମହର୍ଷି ପତଞ୍ଜଳୀଙ୍କ ଠାରୁ ଆରମ୍ଭ କରି ଭାରତବର୍ଷର ଅନେକ ମୁନିଋଷି ଯୋଗର ମହତ୍ୱ କହିଯାଇଛନ୍ତି ଏବଂ ଏହା କିଭଳି ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ତାହା ବର୍ଣ୍ଣନା କରିଯାଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ବିଶ୍ୱ ଯୋଗକୁ ଆପଣାଉଛି, ପରସ୍ପର ସହିତ ଯୋଡି ହେଉଛି। ବିଶ୍ୱ ଶାନ୍ତି ଓ ବିଶ୍ୱ ଭାତୃତାର ପ୍ରତୀକ ହେଇପାରିଛି ଯୋଗ। ଯୋଗ – ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଅଭ୍ୟାସ କରାଇବାରେ ଅନେକ ସାହାର୍ଯ୍ୟ କରେ ବୋଲି ମତ ରଖି ଯୋଗ ଅଭ୍ୟାସ ପରେ ସମସ୍ତଙ୍କୁ ଦୈନିକ ଯୋଗ କରାଇବା ନିମନ୍ତେ ଶପଥ ପାଠ କରାଇ ସମସ୍ତଙ୍କୁ ପ୍ରୋତ୍ସାହନ ଦେବା ସହ ସମାଜକୁ ଦିଗ ଦର୍ଶନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ଧୀନା ଦସ୍ତଗିରୀ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ୍ ରାୟ , ତହସିଲ୍ଦାର, କବିରାଜ ପ୍ରଧାନ ,ସି.ଡି.ପି.ଓ ସଂଘମିତ୍ରା ମିଶ୍ରଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ପ୍ରମୁଖ ଯୋଗ ଦେଇ ଯୋଗର ତାତ୍ପର୍ଯ୍ୟ ଏବଂ ଏହାର ଆବଶ୍ୟକତା କିଭଳି ଅପରିହାର୍ଯ୍ୟ ତାହା ନିଜ ବକ୍ତବ୍ୟରେ ଅବଗତ କରାଇ ପ୍ରତିଦିନ ଅଭ୍ୟାସ କରିବାକୁ ଜଣାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories