www.samajalive.in
Sunday, December 14, 2025
17.1 C
Bhubaneswar

ମୁଁ ବଞ୍ଚିବାକୁ ଚାହେଁ.. ସାହାଯ୍ୟ ଅପେକ୍ଷାରେ ପ୍ରେପକା ଭେଙ୍କଟେସ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଦେବଗିରି ସାହିର ପ୍ରେପକା ଦିନବନ୍ଧୁଙ୍କ ବଡ ପୁଅ ପ୍ରେପକା ଭେଙ୍କଟେସ(୨୬) କର୍କଟ ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣା ଭୋଗୁଛନ୍ତି। ବିଛଣାରେ ପଡ଼ିରହି ମୁଁ ବଞ୍ଚିବାକୁ ଚାହେଁ, ମତେ ପାଇପ ଲଗାଇ ଖାଇବାକୁ ଦିଅ ବୋଲି ଚିତ୍କାର ଶୁଣି ପିତାମାତାଙ୍କ ଛାତି ଫାଟି ପଡ଼ୁଛି। ଯେଉଁ ବୟସରେ ରୋଜଗାର କରି ପିତାମାତା ଓ ପରିବାରର ଭରଣପୋଷଣ କରିବା କଥା, ସେ ବୟସରେ ପ୍ରେପକା ଭେଙ୍କଟେସ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇ ଖାଇବା ପାଇଁ ଛଟପଟ ହେଉଛନ୍ତି।

ପ୍ରାୟ ୨ ବର୍ଷ ହେବ ଭେଙ୍କଟେସ ରୋଗରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ପ୍ରଥମେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଏହାପରେ ରାୟଗଡ଼ା, କୋରାପୁଟ, ଏମକେସିଜି ବ୍ରହ୍ମପୁର, ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଡାକ୍ତରଖାନାରେ ଯାଇ ଅପରେସନ କରିଥିଲେ। ଏହି ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସାହି ପଡ଼ିଶା ଲୋକମାନଙ୍କଠାରୁ କିଛି ଅର୍ଥ ଆଦାୟ କରି ବିଭିନ୍ନ ମେଡିକାଲ ବୁଲାଇ ଚିକିତ୍ସା କରିଥିଲେ। ଏହାପରେ ଘରକୁ ଫେରି ଆସିଥିଲେ। ସ୍ୱାସ୍ଥ୍ୟାବସ୍ଥା ପୁଣି ଖରାପ ହେବାରୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମର ଏକ ଘରୋଇ ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ। ଏହି ଖବର ‘ସମାଜ’ରେ ପ୍ରକାଶ ପାଇବା ପରେ ରାୟଗଡ଼ା ରେଡ଼କ୍ରସ ପକ୍ଷରୁ ୨୦ହଜାର ଟଙ୍କା ଓ ବିଭିନ୍ନ ସଂସ୍ଥାରୁ କିଛି ଟଙ୍କା ଦେଇଥିଲେ। ଏହାପରେ ପୁଣି ଅବସ୍ଥା ଖରାପ ହେବାରୁ କଟକ ବଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଔଷଧ ଦେଇ ଫେରାଇ ଦେଇଥିବା ପରିବାର ଲୋକେ କୋହଭର କଣ୍ଠରେ କହିଛନ୍ତି।

- Advertisement -

କିନ୍ତୁ ଭେଙ୍କେଟେସ ପାଟିରେ କୌଣସି ଖାଦ୍ୟ କିମ୍ବା ତରଳ ଖାଦ୍ୟ ମଧ୍ୟ ଖାଇପାରୁ ନଥିବାରୁ ମତେ ପାଇପ ଲଗାଇ ଖାଇବାକୁ ଦିଅ ବୋଲି ବାପା ମାଆଙ୍କୁ ବିକଳ ହୋଇ କହିବାରୁ ଦୁହେଁ ପୁଅର କରୁଣା ଚିତ୍କାର ଶୁଣି ଭାଙ୍ଗି ପଡ଼ିଛନ୍ତି। ଅନ୍ୟପଟେ ଝିଅ ପ୍ରେପକା ଝାନସୀଙ୍କ ଆଖିକୁ ଦେଖା ଯାଉନାହିଁ। ଅନ୍ଧୁଣି ଝିଅକୁ ପ୍ରମାଣପତ୍ର ଆଣିବା ପାଇଁ ରାୟଗଡ଼ା ଯିବା ପାଇଁ କହିଥିଲେ ବ୍ଲକ ପ୍ରଶାସନ। କିନ୍ତୁ ଅର୍ଥର ଅଭାବ ଯୋଗୁଁଁ ସେମାନେ ରାୟଗଡ଼ା ଯାଇପାରୁନାହାନ୍ତି। ତାଙ୍କୁ ସରକାରଙ୍କ ତରଫରୁ କୌଣସି ସାହାୟତା ମିଳିପାରିନାହିଁ ବୋଲି ମାଆ ପ୍ରେପକା କଳାବତୀ କହିଛନ୍ତି। ଏହି ପରିବାରକୁ ଘର ଖଣ୍ଡିଏ ବି ମିଳିପାରିନାହିଁ। ପ୍ରେପକା ଦୀନବନ୍ଧୁ ଗ୍ରାମରେ ଛେଳି ଚରାଇ ଦିନ କୁଲି ହିସାବରେ ପାଉଥିବା ୩୦୦ଟଙ୍କା ଓ ମାଆ ପର ଘରେ ବାସନ ମାଜି ଯେଉଁ ଟଙ୍କା ଆଣନ୍ତି ପରିବାର ଭରଣପୋଷଣକୁ ନିଅଣ୍ଟ। ପୁଅ ଓ ଝିଅର ଚିକିତ୍ସା କରିବେ କେମିତି ବୋଲି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସରକାର ଏହି ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories