OMC 1 banner

ଅପରାହ୍ନ ୪ଟା ମୁଖ୍ୟ ଖବର

ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ବିମାନବନ୍ଦରରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା.. ମୋଦୀଙ୍କୁ ଦେଖିବାକୁ ଭୁବନେଶ୍ଵରରେ ପ୍ରବଳ ଭିଡ଼.. ମୋହନ ସରକାରଙ୍କ ବର୍ଷପୂର୍ତ୍ତି ସମାରୋହ ପାଇଁ ଆସିଛନ୍ତି ମୋଦୀ..

ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବଢିଲା ଅଡ଼ୁଆ.. ଆବେଦନ ଖାରଜ କଲେ ହାଇକୋର୍ଟ.. ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ବେଆଇନ ଅର୍ଥ କାରବାରକୁ ନେଇ ମାମଲା ରୁଜୁ କରିଥିଲା ସିବିଆଇ.. ସିବିଆଇ ପକ୍ଷରୁ ରୁଜୁ ହୋଇଥିବା ମାମଲାକୁ ରଦ୍ଦ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିଷ୍ଣୁପଦ ସେଠୀ..

କେନ୍ଦୁଝର ଜିଲ୍ଲା ଘଟଗାଁ ଦେଓଘର ପ୍ରାଥମିକ ସ୍କୁଲରେ ଅଭାବନୀୟ ଘଟଣା.. ସ୍କୁଲ ଛାତରୁ ପ୍ଲାଷ୍ଟର ଖସି ଛାତ୍ର ଆହତ.. ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି..

ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିପାତ.. ସୀମାନ୍ତ ଛତିଶଗଡରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ..

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ନିରଞ୍ଜନ ରଥଙ୍କ ପରଲୋକ.. ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିତ୍ଵ..

Comments are closed.