www.samajalive.in
Monday, December 15, 2025
14.1 C
Bhubaneswar

ନିର୍ଝରିଣୀ ତରଫରୁ ଶିଶୁ ସାହିତ୍ୟିକ ସମ୍ପର୍କ ଯାତ୍ରା

କଣ୍ଟାବାଞ୍ଜି  : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ତରଫରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଥିବା ଶିଶୁ ସାହିତ୍ୟିକ ମାନଙ୍କ ସହିତ ଚାରିଦିନ ଧରି ସୁସଂପର୍କ ଯାତ୍ରା କରାଯାଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ବାଇକ ଯୋଗେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼, ଗଞ୍ଜାମ, ପୁରୀ, କଟକ,ଖୋର୍ଦ୍ଧା ଆଦି ଜିଲ୍ଲାରେ ବସବାସ କରୁଥିବା ଶିଶୁ ସାହିତ୍ୟିକ ରମେଶ ଦାଶ, ପ୍ରଶାନ୍ତ ମଙ୍ଗରାଜ, ପ୍ରହ୍ଲାଦ ବେହେରା, ବଳରାମ ରଣସିଂ,ଅଜୟ ସେଠୀ, ପ୍ରତିମା ରଥ ,ବନ୍ଦନା ମହାପାତ୍ର,ରବୀନ୍ଦ୍ର ମିଶ୍ର,ସ୍ୱପ୍ନେଶ୍ୱର ମିଶ୍ର, ଗିରୀଶ ଚନ୍ଦ୍ର ମିଶ୍ର, ପ୍ରଭାତ ମିଶ୍ର, ସଞ୍ଜୟ ପଣ୍ଡା ଆଦିଙ୍କୁ ଭେଟିବା ସହିତ ମମତାର ଡୋରି ଓ ନିର୍ଝର ପତ୍ରିକା ଦେଇଥିଲେ। ବର୍ତ୍ତମାନ ଅଧିକାଂଶ ଛାତ୍ରଛାତ୍ରୀ ମୋବାଇଲରେ ସମୟ ଅପଚୟ କରୁଥିବା ବେଳେ ପଠନ ଆଗ୍ରହ କମି କମି ଯାଉଛି। ଶିଶୁ ସାହିତ୍ୟିକ ମାନଙ୍କ ଅଗ୍ରଣୀ ଭୂମିକା ହିଁ ପିଲା ମାନଙ୍କୁ ଭଲ ମଣିଷ ଗଠନ କରିବାରେ ସହାୟକ ହେବ। ସେମାନେ କିପରି ପୁସ୍ତକ ପଠନ ମନସ୍କ ହେବେ ସେଥିପାଇଁ ଲେଖକ ମାନେ ଧ୍ୟାନ ଦେବା ସହିତ ଲେଖନୀ ଚାଳନା କଲାବେଳେ ଶିଶୁ ମନସ୍ତତ୍ତ୍ୱକୁ ଆଖି ଆଗରେ ରଖି ବୈଜ୍ଞାନିକ ସମ୍ମତ, ଚରିତ୍ର ଗଠନ,ନୈତିକ ଶିକ୍ଷା, ପରିବେଶ ସୁରକ୍ଷା, ରକ୍ତଦାନ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ। ପ୍ରତ୍ୟେକ ଗାଁରେ ସଚତନତା ସଭା କରି ପତ୍ରିକା ପଠନ ଉପରେ ଗୁରୁତ୍ୱ ଦେବା ସହିତ ପିଲାମାନଙ୍କୁ ପତ୍ରିକା ଯୋଗାଇଦେବାକୁ ଆଲୋଚନା ହୋଇଥିଲା। ଏହି ସମ୍ପର୍କ ଯାତ୍ରାରେ ବିରଞ୍ଚି ଖର୍ସେଲ ମଧ୍ୟ ସାମିଲ ଥିଲେ। ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁ,ଉପସଭାପତି ସୂର୍ଯ୍ୟକାନ୍ତ ରଣା, ଅଞ୍ଜଳି ମାଝୀ, ମମତା ପଣ୍ଡା, ଡ.ଯୁଗଳ କିଶୋର ଷଡ଼ଙ୍ଗୀ, କିଶୋର ବରିହା ଆଦି ଯାତ୍ରା ସଫଳ ହୋଇଥିବାରୁ ଖୁସି ପ୍ରକଟ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories