ଭୁବନେଶ୍ୱର : ଲକ୍ଷେ ଟଙ୍କା ପାର୍ ହୋଇ ସାରିଛି ସୁନା ଦର । ଏବେ ନିୟମିତ ବଢି ଚାଲିଛି ପୁଣି ଦାମ୍ । ଯାହା ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ଜୁନ୍ ୧୯ ଅର୍ଥାତ୍ ଗୁରୁବାର ପୁଣି ବଢିଛି ସୁନା ଦର । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୧,୦୮୦ ଟଙ୍କା ରହିଛି । ଗତକାଲି ଏହା ୧,୦୦,୯୧୦ ଟଙ୍କା ଥିଲା । ଏଥିରେ ୧୭୦ ଟଙ୍କା ବୃଦ୍ଧି ହୋଇଛି ।
୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୨,୬୫୦ ଟଙ୍କା ରହିଛି । ଗତକାଲି ୯୨,୫୦୦ ଥିଲା । ଏଥିରେ ୧୫୦ ଟଙ୍କା ବୃଦ୍ଧି ପାଇଛି ।
୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୫,୮୧୦ ଟଙ୍କା ରହିଛି । ଗତକାଲି ଏହା ୭୫,୬୯୦ ଟଙ୍କା ଥିଲା । ଏଥିରେ ୧୨୦ ଟଙ୍କା ବୃଦ୍ଧି ହୋଇଛି ।
ସେହିପରି ରୁପା ଦାମ୍ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୨,୨୦୦ ଟଙ୍କା ରହିଛି । ଗତକାଲି ୧୨,୧୦୦ ଟଙ୍କା ଥିଲା । ଏଥିରେ ୧୦୦ ଟଙ୍କା ବୃଦ୍ଧି ହୋଇଛି ।
ବଡ ଖୁସି ନେଇ ଆସୁଛି ଜୁଲାଇ ; ଗୋଟିଏ ପରେ ଗୋଟିଏ ରାଜଯୋଗ, ଏହି ରାଶି ହେବେ କୋଟିପତି, ଖୋଲିବ ବନ୍ଦ ଭାଗ୍ୟର ତାଲା



