www.samajalive.in
Saturday, December 6, 2025
16.1 C
Bhubaneswar

ଭାରତ ବିରୋଧୀ ହିଂସା ପାଇଁ କାନାଡ଼ାକୁ ପୃଷ୍ଠଭୂମି ବନାଉଛନ୍ତି ଖଲିସ୍ତାନୀ ଆତଙ୍କୀ: ସିଏସଆଇଏସ

ସମାଜ ଡିଜିଟାଲ ଡେସ୍କ: ଖଲିସ୍ତାନୀ ଆତଙ୍କବାଦୀମାନେ କାନାଡ଼ାକୁ ନିଜର ପୃଷ୍ଠଭୂମି ବନାଉଛନ୍ତି। ଭାରତ ବିରୋଧରେ ଆତଙ୍କୀ କାର୍ଯ୍ୟକଳାପର ବ୍ଲୁ ପ୍ରିଣ୍ଟ ବା ଯୋଜନା ପ୍ରସ୍ତୁତ କରିବା ଲାଗି ଖଲିସ୍ତାନୀ ଆତଙ୍କୀମାନେ କାନାଡ଼ାକୁ ବ୍ୟବହାର କରୁଛନ୍ତି। ଭାରତ ପକ୍ଷରୁ ବହୁ ପୂର୍ବରୁ ଏ ନେଇ କାନାଡ଼ା ସରକାରଙ୍କୁ ଅବଗତ କରାଯାଇଥିବାବେଳେ ବର୍ତ୍ତମାନ କାନାଡ଼ା ଏହାକୁ ସ୍ଵୀକାର କରିଛି। କାନାଡ଼ା ଗୁଇନ୍ଦା ସଂସ୍ଥା ସିଏସଆଇଏସ ଅର୍ଥାତ କାନାଡ଼ା ସୁରକ୍ଷା ଗୁଇନ୍ଦା ସେବା ଏହା ସ୍ପଷ୍ଟ କରିଛି।

ସିଏସଆଇଏସ ଏହାର ରିପୋର୍ଟରେ କହିଛି ଯେ, ଖଲିସ୍ତାନୀ ଆତଙ୍କୀମାନେ ଭାରତରେ ଆକ୍ରମର ଯୋଜନା କରିବା, ନିଜ ସଂଗଠନର କାୟା ବୃଦ୍ଧି କରିବା ଏବଂ ଏସବୁ ପାଇଁ ପାଣ୍ଠି ଯୋଗାଡ଼ କରିବା ଲାଗି କାନାଡ଼ାକୁ ବ୍ୟବହାର କରୁଛନ୍ତି। ଭାରତ ଦୀର୍ଘ ଦିନରୁ ଏ ନେଇ ଚିନ୍ତା ବ୍ୟକ୍ତ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଅବଗତ କରାଇଥିଲା। କିନ୍ତୁ ସେ ଭାରତ ବିରୋଧୀ ହୋଇଥିବାରୁ ଖଲିସ୍ତାନୀ ଆତଙ୍କୀଙ୍କୁ ସମର୍ଥନ କରିଆସୁଥିଲେ। ବର୍ତ୍ତମାନ ସରକାର ବଦଳିବା ସହିତ ଟ୍ରୁଡୋ କ୍ଷମତାଚ୍ୟୁତ ​‌ହୋଇଛନ୍ତି। ନୂଆ ପ୍ରଧାନମନ୍ତ୍ରୀ ଭାରତ ସହିତ ସମ୍ପର୍କକୁ ସୁଧାରିବା ଦିଗରେ ପଦକ୍ଷେପ ନେବା ଆରମ୍ଭ କରିବା ସହିତ ଭାରତକୁ ଜି-୭ ଶିଖର ସମ୍ମିଳନୀକୁ ଆମନ୍ତ୍ରଣ କରିଥିଲେ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories