www.samajalive.in
Saturday, December 6, 2025
14.1 C
Bhubaneswar

ଓଡ଼ିଶା ଆସୁଛନ୍ତି ମୋଦୀ: ସୁରକ୍ଷାରେ ନିୟୋଜିତ ହେବେ ୧୩୩ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବର୍ଷପୂର୍ତ୍ତିକୁ ନେଇ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦାୟିତ୍ବରେ ୧୩୩ ପ୍ଲାଟୁନ ପୁଲିସ ଫୋର୍ସଙ୍କୁ ମୁତୟନ କରାଯିବ। ଏଥିସହ ଡିସିପି ବା ଏସ୍‌ପି ପାହ୍ୟାର ୧୬ ଅଧିକାରୀ, ୩୩ ଅତିରିକ୍ତ ଡିସିପି, ୯୩ ଏସିପି ବା ଡିଏସ୍‌ପି, ୧୦୬ ଇନ୍ସପେକ୍ଟର, ୪୫୫ ଏସ୍‌ଆଇ ଓ ଏଏସ୍‌ଆଇ, ୧୮୯ ମହିଳା ପୁଲିସ, ୨୯୧ଜଣ ଗୃହରକ୍ଷୀ ନିୟୋଜିତ ହେବ। ଅନୁରୂପ ଭାବେ ୮ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ଦଳ, ଦୁଇ ୟୁନିଟ୍‌ ଏସ୍‌ଟିୟୁ, ୬ ୟୁନିଟ୍‌ କ୍ୟୁଆର୍‌ଟି, ଗୁଇନ୍ଦା, ସ୍ବତନ୍ତ୍ର ତଦନ୍ତକାରୀ ଦଳ, ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀକୁକୁର ଓ ସାଦା ପୋଷାକରେ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯିବ। ଏଥିସହ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସହ କମିସନରେଟ ପୁଲିସର ମିଳିତ ସମନ୍ବୟରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି।
ଏୟାରପୋର୍ଟରୁ ଜନତା ମଇଦାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ବିମାନବନ୍ଦରରୁ ଏଜିଛକ-ରାଜଭବନ ଗୋଲେଇ-ଜୟଦେବବିହାର ଓ ଜନତା ମଇଦାନ ପର୍ଯ୍ୟନ୍ତ ରୁଟ୍‌ ଲାଇନ୍‌ କରାଯାଇଛି। ଟ୍ରାଫିକ ବ୍ୟବସ୍ଥାକୁ ସୁପରିଚାଳନା ଲାଗି ଗୁରୁତ୍ବ ଦିଆଯାଇଛି। ରୁଟ୍‌ଲାଇନ୍‌ ସହ ଟ୍ରାଫିକ ପରିଚାଳନା ଲାଗି ୨୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ପୁଲିସ ଆୟୁକ୍ତ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି। ସେହିପରି ବିଭିନ୍ନ ଛକରେ ଟ୍ରାଫିକ କଟକଣା ଲାଗି ନିର୍ଦେଶାବଳୀ ଜାରି ସହ ଆସନ୍ତକାଲି କାରକେଡ୍ ରିହରସାଲ୍ କରାଯିବ ବୋଲି ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ବାଣୀବିହାର ସମ୍ମିଳନୀ କକ୍ଷରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥି‌େ‌ର ପୁଲିସ କର୍ମଚାରୀଙ୍କୁ ଦାୟିିତ୍ବ ବଣ୍ଟାଯିବା ସହ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବାକୁ ଥିବା ପୁଲିସ କର୍ମଚାରୀ ଓ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଛି। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଆୟୁକ୍ତ ନରସିଂହ ଭୋଳ, ଆଇଜି ଅନୁପ ସାହୁ, ଡିଆଇଜି ବାତୁଳା ଗଙ୍ଗାଧର, ଚରଣ ସିଂ ମୀନା, ଯୁଗୋଳ କିଶୋର, ପିନାକ ମିଶ୍ର, ଭୁବନେଶ୍ବର ଉପାୟୁକ୍ତ ଜଗମୋହନ ମୀନା, ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ଓ କଟକ ଉପାୟୁକ୍ତ ରିଷିକେଶ ଖିଲାରୀଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories