www.samajalive.in
Friday, December 5, 2025
23.1 C
Bhubaneswar

ପଲିସିଧାରୀ ଓ ନୋମିନି ମୃତ, ଚିନ୍ତାରେ ବୀମା କମ୍ପାନୀ

ଅହମଦାବାଦ: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କୁ ବୀମା ଅର୍ଥ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏହି ଦୁର୍ଘଟଣାରେ ଅଧିକାଂଶ ପଲିସିଧାରୀ ଓ ସେମାନଙ୍କର ନୋମିନି ପ୍ରାଣ ହରାଇଥିବାରୁ ବୀମା ଅର୍ଥ ପ୍ରଦାନ କ୍ଷେତ୍ରରେ ବୀମା କମ୍ପାନୀଗୁଡିକ ବର୍ତ୍ତମାନ ଚିନ୍ତାରେ ପଡିଛନ୍ତି। କେତେକ କ୍ଷେତ୍ରରେ ପରିବାରର ସବୁ ସଦସ୍ୟ ପ୍ରାଣ ହରାଇଥିବାବେଳେ ଆଉ କେତେକ କ୍ଷେତରେ ସ୍ବାମୀ କିମ୍ବା ପତ୍ନୀଙ୍କର ମୃତ୍ୟୁ ଘଟିଛି। ତେଣୁ ଡାକ୍ତରୀ ରିପୋର୍ଟକୁ ଆଧାର କରି ପ୍ରଥମେ ମୃତକଙ୍କ ପରିଚୟ ହାସଲ କରିବାକୁ ଇରାଡି (ଇନ୍‌ସ୍ୟୁରାନ୍ସ ରେଗୁଲେଟୋରୀ ଆଣ୍ଡ୍‌ ଡେଭେଲପମେଣ୍ଟ ଅଥରିଟି ଅଫ୍ ଇଣ୍ଡିଆ) ପକ୍ଷରୁ ସବୁ ବୀମା କମ୍ପାନୀଙ୍କୁ ନିର୍ଦେଶ ଦିଆଯାଇଛି। ପୁନଶ୍ଚ ଦୁର୍ଘଟଣାରେ ଶତାଧିକ ମୃତଦେହ ପୋଡି ପାଉଶଁ ହୋଇଯାଇଥିବାରୁ ଡିଏନଏ ପରୀକ୍ଷା ଜରିଆରେ ସେମାନଙ୍କୁ ଚିହ୍ନଟ ଉଦ୍ୟମ କରାଯାଉଛି। ତେବେ ମୃତକଙ୍କ ପରିଚୟ ସ୍ପଷ୍ଟ ଜଣାପଡିବାପରେ ବୀମା ଅର୍ଥ ପ୍ରଦାନରେ ଯେପରି ବିଳମ୍ବ ନ ଘଟେ, ସେଥିପ୍ରତି ଯତ୍ନବାନ ହେବାକୁ ବୀମା କମ୍ପାନୀଙ୍କୁ ତାଗିଦା କରାଯାଇଛି। ଭାରତୀୟ ଜୀବନବୀମା ନିଗମ(ଏଲଆଇସି), ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ, ଏଚଡିଏଫ୍‌ସି ଲାଇଫ୍‌, ଇଫ୍‌କୋ ଟୋକିଓ ଜେନେରାଲ ଇନ୍‌ସ୍ୟୁରାନ୍ସ, ବଜାଜ ଆଲାଏନ୍ସ ଜିଆଇସି ଏବଂ ଟାଟା ଏଆଇଜି ଭଳି ବୀମା କମ୍ପାନୀଗୁଡିକ ବର୍ତ୍ତମାନ ଅହମଦାବାଦ ସିିଭଲ ହସ୍ପିଟାଲ ପରିସରରେ ହେଲପ୍‌ ଡେସ୍କ୍‌ ଖୋଲିଛନ୍ତି। ବୁଧବାର ସୁଦ୍ଧା ପ୍ରାୟ ବୀମା ଅର୍ଥ ପାଇଁ ୨୫ଟି ଦାବିପତ୍ର ମିଳିଥିବା କୁହାଯାଇଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories