କଲମପୁର : ସୋମବାର କଲମପୁର ମୁଖିଗୁଡା ମୁଖ୍ୟ ରାସ୍ତାର ତେନ୍ତୁଳିଖୁଣ୍ଡି ଗ୍ରାମ ନିକଟରେ ପଟ୍ଟା ଭାଙ୍ଗି ଯିବା ଯୋଗୁଁ ଏକ ଧାନ ବୋଝେଇ ଟ୍ରକ ରାସ୍ତା ମଝିରେ ଅଟକିଯିବା କାରଣରୁ ଏହି ରାସ୍ତା ଦେଇ ଯାତାୟତ ବାଧା ପ୍ରାପ୍ତ ହୋଇଛି । ଓ.ଆର ୦୯କେ ୪୫୧୬ ନମ୍ବର ବିଶିଷ୍ଟ ଟ୍ରକରେ ବନ୍ଧକନା ଧାନ ମଣ୍ଡିରେ ଧାନ ବୋଝେଇ କରି ଧାନ ମିଲକୁ ନିଆଯାଉଥିଲା । ଏହି ଟ୍ରକଟି ତେନ୍ତୁଳିଖୁଣ୍ଟି ନିକଟରେ ରାସ୍ତା ମଝିରେ ଅଟକି ଯିବା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ଵରେ ଧାନ ବୋଝେଇ ହେଇଥିବା ଏବଂ ଧାନ ବୋଝେଇ କରିବାକୁ ଯାଉଥିବା ବହୁ ଟ୍ରକ ସମେତ ଯାତ୍ରୀ ବାହୀ ବସ୍ ସବୁ ଅଟକି ରହିଛି । ଯେଉଁଥିପାଇଁ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀ ହଇରାଣ ହରକତ ହୋଇଥିଲେ । ଟ୍ରକକୁ ବାହାର କରିବା ପର୍ଯ୍ୟନ୍ତ ଲୋକେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଅପେକ୍ଷା କରି ରହିଥିଲେ । ପରବର୍ତ୍ତୀ ସମୟରେ ଏକ ଜେସିପି ସହାୟତାରେ ଟ୍ରକକୁ ରାସ୍ତାକଡକୁ ହଟାଇବା ପରେ ଯାତାୟତ ସ୍ୱଭାବିକ ହେଇଥିଲା ।
Popular Categories



