ବ୍ରହ୍ମପୁର ଏସିଡ୍ ଆକ୍ରମଣ ଘଟଣା : ନିରଞ୍ଜନ ପ୍ରଧାନ କୋର୍ଟ ଚାଲାଣ

0

ବ୍ରହ୍ମପୁର :  ପତ୍ନୀଙ୍କ ଉପରେ ଏସିଡ୍ ଆକ୍ରମଣ ଘଟଣାରେ ଗିରଫ ସ୍ୱାମୀ ନିରଞ୍ଜନ ପ୍ରଧାନକୁ କୋର୍ଟ ଚାଲାଣ କରାଯାଇଛି । ତାଙ୍କୁ ଵ୍ରହ୍ମପୁର ଏସ ଡି ଜେ ଏମ୍ ଙ୍କ କୋର୍ଟରେ ହାଜର କରାଯାଇଥିଲା । ହେଲେ ତାଙ୍କର ଜମିନ ଆବେଦନ ଖାରଜ ହୋଇଯାଇଛି । ପୋଲିସ ପକ୍ଷରୁ ୫ ଦିନର ରିମାଣ୍ଡ ଆବେଦନ ଉପରେ ଆସନ୍ତା କାଲି  ଶୁଣାଣି ହେବ ବୋଲି ନିରଂଜନଙ୍କ ଓକିଲଙ୍କ ସୂଚନା  ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ କଲେଜରେ ଛାତ୍ରୀଙ୍କୁ ଏସିଡ୍ ଆକ୍ରମଣ ଘଟଣାରେ ଵ୍ରହ୍ମପୁର ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଏସିଡ୍ ଆକ୍ରମଣର ଶିକାର ଛାତ୍ରୀଙ୍କ  ସ୍ୱାମୀ ନିରଞ୍ଜନ ପ୍ରଧାନଙ୍କୁ  ଵ୍ରହ୍ମପୁର ପୋଲିସର ସ୍ୱତନ୍ତ୍ର ଦଳ ନଭି ବୁଧବାର ମୁମ୍ବାଇ ଇଲକାରୁ ଗିରଫ କରିଥିଲା ।
ଗତ ନଭେମ୍ବର ୧୬ ତାରିଖ ୨୦୧୭ରେ ଛାତ୍ରୀ ତଥା ନିଜ ପତ୍ନୀଙ୍କ ଉପରେ ଏସିଡ୍ ମାଡ କରି  ନିରଞ୍ଜନ ଫେରାର ଥିଲା।
ଗୁରୁତର ଆହତ ନମିତା ପ୍ରଥମେ ଏମ୍ କେ ସି ଜି ଓ ପରେ କଟକ ଏସ ସି ବି ମେଡ଼ିକାଲରେ ଚିକିତ୍ସା ହୋଇଥିଲେ।
ଘଟଣା ପର ଠାରୁ ଫେରାର ରହି ନିରଞ୍ଜନ ନମିତାଙ୍କ ପରିବାର ବର୍ଗଙ୍କୁ  ଧମକ ଦେଉଥିଲେ । ପୋଲିସ ସହ ଦୀର୍ଘ ଦିନର ଲୁଚ କାଳି ଖେଳ ପରେ ମଙ୍ଗଳବାର ନଭି ମୁମ୍ବାଇର କପ୍ରିଗାଁ ସେକ୍ଟରର ୨୬ ଅଂଚଳରୁ ଗିରଫ ହୋଇଥିଲା।

Leave A Reply