www.samajalive.in
Saturday, December 6, 2025
26.1 C
Bhubaneswar

ସମସ୍ତ ପ୍ରକାର କ୍ରିକେଟରୁ ପୀୟୂଷ ଚାୱାଲାଙ୍କ ଅବସର

ନୂଆଦିଲ୍ଲୀ: ଭାରତୀୟ ଲେଗ୍‌ ସ୍ପିନର ପୀୟୂଷ ଚାୱାଲା ସମସ୍ତ ପ୍ରକାର କ୍ରିକେଟରୁ ଶୁକ୍ରବାର ଅବସର ଘୋଷଣା କରିଛନ୍ତି। ଚାୱାଲା ଅବସର ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଉତ୍ତରପ୍ରଦେଶର ୩୮ ବର୍ଷୀୟ ଚାୱାଲା ୨୦୦୭ ଟ୍ବେଣ୍ଟି୨୦ ବିଶ୍ବକପ ଓ ୨୦୧୧ ଦିନିକିଆ କ୍ରିକେଟ ବିଶ୍ବକପ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିବା ବେଳେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ମଧ୍ୟ ତୃତୀୟ ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଛନ୍ତି। ଏହାଛଡ଼ା ଚାୱାଲା ୨୦୦୮ ଏସିଆ କପ୍‌ ରନର୍ସଅପ ଭାରତୀୟ ଦଳର ସଦସ୍ୟ ଥିଲେ।

ଚାୱାଲା ୨୦୦୬ ମାର୍ଚ୍ଚ ୯ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ। ସେ ମାତ୍ର ୩ଟି ଟେଷ୍ଟ ଖେଳିବାକୁ ସୁଯୋଗ ପାଇଥିଲେ। ଏଥିରେ ୭ଟି ୱିକେଟ ନେଇଥିଲେ।୨୦୦୭ ମାର୍ଚ୍ଚ ୧୨ରେ ବାଂଲାଦେଶ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିବାବେଳେ ୨୦୧୧ ମାର୍ଚ୍ଚ ୯ରେ ଶେଷ ଦିନିକିଆ ନେଦରଲାଣ୍ଡ୍‌ସ ବିପକ୍ଷରେ ଖେଳିଥିଲେ। ମୋଟ୍‌ ୨୫ଟି ଦିନିକିଆ ଖେଳି ୩୨ଟି ୱିକେଟ ନେଇଥିଲେ। ଏହାଛଡ଼ା ୭ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳି ୪ଟି ୱିକେଟ ମଧ୍ୟ ନେଇଛନ୍ତି। ଆଇପିଏଲରେ ପଞ୍ଜାବ କିଙ୍ଗ୍‌ସ, କଲକାତା ନାଇଟ୍‌ ରାଇଡର୍ସ, ଚେନ୍ନଇ ସୁପରକିଙ୍ଗ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ପକ୍ଷରୁ ୧୯୨ଟି ମ୍ୟାଚ ଖେଳି ୧୯୨ଟି ୱିକେଟ ନେଇଛନ୍ତି। ସମସ୍ତ ପ୍ରକାର କ୍ରିକେଟରୁ ଅବସର ସମ୍ପର୍କରେ ଚାୱାଲା କହିଛନ୍ତି ଯେ , କ୍ରିକେଟ ଯାତ୍ରାକୁ ମୁଁ ଉପଭୋଗ କରିଛି। ଏକ ସୁନ୍ଦର ଯାତ୍ରା ରହିଥିଲା। ଯାହା ସବୁବେଳେ ଜୀବନରେ ସ୍ବତନ୍ତ୍ର ହୋଇ ରହିବ। ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିବା ଓ ୨୦୦୭ ଟ୍ବେଣ୍ଟି୨୦ ବିଶ୍ବକପ ଓ ୨୦୧୧ ଦିନିକିଆ କ୍ରିକେଟ ବିଶ୍ବକପ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିବା ନେଇ ମୁଁ ଗର୍ବିତ ବୋଲି ଚାୱାଲା ଇନଷ୍ଟାଗ୍ରାମ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories