www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟ ଓପନ ଚେସ୍‌: ଅବିନାଶ ଚମ୍ପିଆନ, ରବୀନ୍ଦ୍ର ରନର୍ସଅପ

କଟକ: ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏସନ, ରୟାଲ ପବ୍ଲିକ ସ୍କ୍ୁଲ କେଶୁରା ଆନୁକୂଲ୍ୟରେ ରୟାଲ ପବ୍ଲିକ ସ୍କୁଲରେ ପଞ୍ଚମ ଲଡୁକିଶୋର ନାୟକ ସ୍ମାରକୀ ରାଜ୍ୟ ଓପନ ଚେସ୍‌ ଚମ୍ପିଆନସିପ୍‌ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜଟଣୀର ଅବିନାଶ ବଳିୟାରସିଂ ଚମ୍ପିଆନ ଓ କଟକର ରବୀନ୍ଦ୍ର କୁମାର ଓଝା ରନର୍ସଅପ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମହେଶ ପ୍ରସାଦ ସେଠୀ ୩ୟ, ଲୋରେନ୍ସ ପ୍ରଧାନ ୪ର୍ଥ, ସ୍ଥିତପ୍ରଜ୍ଞ ସାହୁ ୫ମ, ଇହାନ ଚୌଧୁରୀ ୬ଷ୍ଠ ଓ ସ୍ବସ୍ତିକ ତ୍ରିପାଠୀ ସପ୍ତମ ସ୍ଥାନ ହାସଲ କରିଛନ୍ତି। ୭ ବର୍ଷରୁ କମ୍‌ ବର୍ଗରେ ଆୟୁଷମାନ ତ୍ରିପାଠୀ ପ୍ରଥମ, ୯ ବର୍ଷରୁ କମ ବର୍ଗରେ ପରାବ୍ଧ ରାଜ୍ଞ ମିଶ୍ର ପ୍ରଥମ, ୧୧ ବର୍ଷରୁକମ ବର୍ଗରେ ମନୀଷ ରଞ୍ଜନ ଦାସ ପ୍ରଥମ ଓ ଆରିଷ ନନ୍ଦ ଗୌସ୍ବାମୀ ଦ୍ବିତୀୟ, ୧୩ ବର୍ଷରୁ କମ୍‌ ବର୍ଗରେ ସତ୍ୟ ମାଧବ ଶତପଥୀ ପ୍ରଥମ ଓ ଜ୍ୟୋତିରାଦିତ୍ୟ ରାଉତ ଦ୍ବିତୀୟ, ବାଳିକାରେ ସ୍ଥିତପ୍ରଜ୍ଞା ପଟ୍ଟନାୟକ ପ୍ରଥମ ଓ ନମସ୍ୟ ନଳିନୀ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି।

ସ୍ବତନ୍ତ୍ର ପୁରସ୍କାର ବର୍ଗରେ ଅରବିନ୍ଦ ଦାଶ ପ୍ରଥମ, ଆତିଶ ନନ୍ଦ ଗୌସ୍ବାମୀ ୨ୟ,ସୋମନେଶ ସୁପରବୀର ୩ୟ, ସାଇ କ୍ରିଷ୍ଣା ସାମଲ ୪ର୍ଥ, ଆ୍ୟୁଷମାନ ଆତ୍ରେୟା ୫ମ, ଦିୟା ଦାସ ୬ଷ୍ଠ ଓ ସ୍ବୟମ୍ଭୁ ପଣ୍ଡା ୭ମ ସ୍ଥାନ ହାସଲ କରିଛନ୍ତି। ସୁପ୍ରି୍ୟା ନାୟକ ଶ୍ରେଷ୍ଠ ମହିଳା ଓ ପ୍ରଦୀପ ପାତ୍ର ଶ୍ରେଷ୍ଠ ଭେଟରାନ ଖେଳାଳି ବିବେଚିତ ହୋଇଛନ୍ତି। ଉଦଯାପନୀ ଉତ୍ସବରେ ଆଇଆଇଏଫଏଲର ଓଡ଼ିଶା ମୁଖ୍ୟ ନଳିନୀକାନ୍ତ ନାୟକ, ରୟାଲ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସର୍ବେଶ୍ବର ସାମଲ, ଓଡ଼ିଶା ରାଜ୍ୟ ଚେସ୍‌ ସଂଘର ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories